Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୧୮ଉଦ୍ୟାପିତ

ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୧୮ଉଦ୍ୟାପିତ

365

ନୟାଗଡ଼, ୩୦ା୧୨(ଓଡ଼ିଆ ପୁଅ): ନୟାଗଡ଼ ଖେଳପଡ଼ିଆଠାରେ ଗତ ୨୪ ତାରିଖଠାରୁ ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀମେଳା ୨୦୧୮ କିଛି ସ୍ମୁତି କିଛି ଅନୁଭୂତି ସହ ସାଂସ୍କୃତିକ କାର୍ଯ୍ୟକ୍ରମର ରଙ୍ଗାରଙ୍ଗ ପରିବେଶରେ ଉଦ୍ୟାପିତ ହୋଇଯାଇଛି। ଜିଲ୍ଳାପାଳ ଡ.ଏନ୍ ତିରୁମାଳା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ୟାପନ ଉତ୍ସବରେ ମୁଖ୍ୟଅତିଥି ଭାବେ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇଥିଲାବେଳେ ସମ୍ମାନୀତ ଅତିଥିଭାବେ ବିଧାୟକ ଡ.ଅରୁଣ କୁମାର ସାହୁ ଯୋଗଦେଇ ନୟାଗଡ଼ର ଲୋକକଳା, ସଂସ୍କୃତିର ଗୌରବ ଗାଥାକୁ ପ୍ରତିପାଦନ କରିଥିଲେ। ଏପରିକି ସ୍ୱାଧୀନତା ସଂଗ୍ରାମରେ ନୟାଗଡ଼ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଭୂମିକା ତଥା ଜିଲ୍ଲାର ବିଭିନ୍ନ ପୂଣ୍ୟ ତୀର୍ଥର ପୂଣ୍ୟ ମାଟିକୁ ଭୁଲିବାର ନୁହେଁ ବୋଲି କହିଥିଲେ। ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେଯେ, ନୟାଗଡ଼ ଜିଲ୍ଲାର ବିକାଶର କଥା କହିବା ସହିତ ଜିଲ୍ଲାକୁ ଭଲପାଇବାକୁ ହେଲେ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଭଲପାଇବା ଦରକାର ବୋଲି କହିଥିଲେ। ଓଡ଼ିଶାର ଯେପରି ବିକାଶର ନୂଆ ଦିଗନ୍ତ ଦେଖାଦେଇଛି ତା’ସହ ନୟାଗଡ଼ ଜିଲ୍ଳାର ପ୍ରଗତୀର ସ୍ରୋତ ବହି ଚାଲିଥିବା ସେ କହିଥିଲେ। ମହୋତ୍ସବର ଏଥିସହିତ ଅତିରିକ୍ତ ଜିଲ୍ଳାପାଳ ପ୍ରସନ୍ନ କୁମାର ଦାଶ, ପିଡି ଡିଆରଡିଏ ଅନାମ ଚରଣ ପାତ୍ର, ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ, ଡିଆଇପିଆରଓ ଡ.ପ୍ରମୋଦ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବର ସବୁ ସନ୍ଧ୍ୟାପରି ଉଦ୍ୟାପନ ସନ୍ଧ୍ୟା ଏକ ନିଆରା ପରିବେଶ ଥିଲା। ଉଦ୍ୟାପନୀ ଉତ୍ସବରେ ମହତ୍ସୋବର ସଫଳତା ଜନଗହଳିର ସମାବେଶରୁ ବେଶ୍ ବାରି ହୋଇପଡ଼ୁଥିଲା। ମହୋତ୍ସବ ପଡ଼ିଆ ଜନଗହଳିରେ ପୁରା ହୁଲସ୍ତୁଲ ହେଉଥିଲା। ପଲ୍ଲିଶ୍ରୀ ମେଳାରେ ପଡ଼ିଥିବା ପ୍ରାୟ ୧୬୪ଟି ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲରେ କିଣାକିଣି ପାଇଁ ପ୍ରବଳ ମାତ୍ରାରେ ଭିଡ଼ ଲାଗି ରହିଥିଲା। ୫ଦିନରେ ଏହି ଷ୍ଟଲମାନଙ୍କରେ ପ୍ରାୟ ୧କୋଟିର ବେପାର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ କଳାକାରଙ୍କ ନୟାଗଡ଼ ବନ୍ଦନା ଓ ନୃତ୍ୟ କୁ ଦର୍ଶକୀୟ ପ୍ରଶଂସା ମିଳିଥିଲା। ସନ୍ଧ୍ୟାର ମନୋରଂଜନ କାର୍ଯ୍ୟକାର୍ଯ୍ୟକ୍ରମରେ କଟକର ଗୀତ ମିଲନ୍ ମେଲୋଡ଼ି କାର୍ଯ୍ୟକ୍ରମ ଗରମାଗରମ୍ ହୋଇଥିଲାବେଳେ ଚଳଚ୍ଚିତ୍ରର ପ୍ରଚ୍ଛଦପଟ ଗାୟିକା ଦୀପ୍ତିରେଖାଙ୍କ ସଙ୍ଗୀତ ଗାୟନରେ ଯୁବ ବର୍ଗର ଦର୍ଶକ ମସ୍ଗୁଲ ହେଉଥିବା ଦେଖାଦେଇଥିଲା। ସଭାକାର୍ଯ୍ୟକୁ କବି, ସାହିତ୍ୟକ ଓ ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିଲାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ପୋଲସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନୟାଗଡ଼ ଜିଲ୍ଲା ମହୋତ୍ସବ ବହୁ ଆନନ୍ଦ ଉଦ୍ଦିପନା ସହ ନୂଆ ଆଶା ସମ୍ଭାବନା ନେଇ ସଫଳତାର ସହ ଉଦ୍ୟାପିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.