Home ଜିଲ୍ଲା ପରିକ୍ରମା ନୟାଗଡ଼ ମ୍ୟୁନିସିପାଲିଟିରେ ୧୫ଟି ପରିବାର ହୋଲଡିଂ ଟିକସ ଜମା ଦେଲେ

ନୟାଗଡ଼ ମ୍ୟୁନିସିପାଲିଟିରେ ୧୫ଟି ପରିବାର ହୋଲଡିଂ ଟିକସ ଜମା ଦେଲେ

67

ନୟାଗଡ଼, ୯ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ମ୍ୟୁନିସିପାଲିଟିର ୱାର୍ଡ଼ ନଂ ୯ ଅନ୍ତର୍ଗତ ଶିଶୁମନ୍ଦିର ପଛପାର୍ଶ୍ୱ କଲୋନୀରେ ନୂତନ ଭାବେ ଗୃହ ନିର୍ମାଣ କରି ରହୁଥିବା ୧୫ଟି ପରିବାର ନିଜ ନିଜର ହୋଲଡିଂ ଟିକସ ଜମା ଦେବା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି। ସରସ୍ୱତୀ ବିହାରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିଭିନ୍ନ ସମସ୍ୟା ତଦାରଖ କରି ଉତ୍ତମ ସେବା ଯୋଗାଇ ଦେବା ଲକ୍ଷ୍ୟରେ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ପରାମର୍ଶରେ ଏକ ୧୦ଜଣିଆ କମିଟି ଗଠନ କରାଯାଇଛି। ୱାର୍ଡ଼ ଇନ୍ ଚାର୍ଜ ଗଜେନ୍ଦ୍ର କୁମାର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୱାର୍ଡ଼ କମିଟି ଗଠନ କରାଯାଇଥିଲାବେଳେ ମା’ଫାଉଣ୍ଡେସନର ମୁଖ୍ୟ ରଂଜନ ରଶ୍ମି ଜେନା, ପ୍ରସନ୍ନ ସ୍ୱାଇଁ, ପ୍ରଦୀପ୍ତ୍ ପଟ୍ଟନାୟକ, ଦେବେନ୍ଦ୍ର ଦାସ, ନବ କିଶୋର ମିଶ୍ର, ଚନ୍ଦ୍ର ଶେଖର ପରିଡ଼ା, ଦୁର୍ଯ୍ୟୋଧନ ପାଇକରାୟଙ୍କ ସମେତ ସମସ୍ତ ବାସୀନ୍ଦା ଉପସ୍ଥିତ ଥିଲେ। ସେହିପରି ପିଟିଏସ୍ କଲୋନୀରେ ମଧ୍ୟ ଆଉ ଏକ ଉନ୍ନୟନ କମିଟି ଗଠନ କରାଯାଇଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତାକୁ ନେଇ ପୌରପାଳିକା ପ୍ରତି ଲୋକମାନେ ନିଜ ନିଜର ସନ୍ତୋଷ ପ୍ରକଟ କରିଥିବାବେେଳେ ଟିକସ ବାନ୍ଧିବାକୁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.