Home ଓଡ଼ିଶା ନୟାଗଡ଼: ବାହାଡାଝୋଲା ସଙ୍ଗ‌ରୋଧ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତ୍ୟୁ

ନୟାଗଡ଼: ବାହାଡାଝୋଲା ସଙ୍ଗ‌ରୋଧ କେନ୍ଦ୍ରରେ ଜଣେ ଯୁବକଙ୍କ ମୃତ୍ୟୁ

275

ନୟାଗଡ଼, ୨୦ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ବାହାଡ଼ାଝୋଲା ସଙ୍ଗରୋଧରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ହେଲେ ନୂଆଗାଁ ବ୍ଳକ ଅନ୍ତର୍ଗତ ହରିହରପୁର ପଂଚାୟତ ଜୟପୁର ଗ୍ରାମର ଜୟକୃଷ୍ଣ ବେହେରା(୩୨)। ଜୟକୃଷ୍ଣ ସକାଳୁ ଉଠି ଗାଧୋଇବାକୁ ବାହାରିଲାବେଳେ ନିଜକୁ ଅସୁସ୍ଥ ଅନୁଭବ କରିଥିଲେ। ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ। ସଙ୍ଗରୋଧ କେନ୍ଦ୍ରର କର୍ମଚାରୀମାନେ ହଠାତ୍‌ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ହେଲେ ଜୟକୃଷ୍ଣଙ୍କର ଅବସ୍ଥା ସଙ୍କଟଜନକ ଥିବାରୁ ପରେ ନୟାଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖିଲା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜୟକୃଷ୍ଣଙ୍କ ମୃତ୍ୟୁକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିଲାବେଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ୱେତ କୁମାର ମହାପାତ୍ର ତାଙ୍କର ହୃଦ୍‌ଜନିତ ମୃତ୍ୟୁ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.