Home ଓଡ଼ିଶା ନୟାଗଡ଼ ଜିଲା ପ୍ରଶାସନ ଶ୍ରମିକମାନଙ୍କୁ ଉତ୍ତରପ୍ରଦେଶ ପଠାଇଲେ

ନୟାଗଡ଼ ଜିଲା ପ୍ରଶାସନ ଶ୍ରମିକମାନଙ୍କୁ ଉତ୍ତରପ୍ରଦେଶ ପଠାଇଲେ

143

ନୟାଗଡ଼, ୨୦ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲା ପ୍ରଶାସନ ବିଭିନ୍ନ ଇଟାଭାଟିରେ ରେ କାମ କରୁଥିବା ଉତ୍ତରପ୍ରଦେଶର ଶ୍ରମିକମାନଙ୍କୁ ବସଯୋଗେ ପଠାଇଥିବା ଜଣାପଡ଼ିଛି। ସେମାନେ ବସରେ ସମ୍ବଲପୁର ପର୍ଯ୍ୟନ୍ତ ଯାଇ ସେଠାରୁ ସେମାନେ ଶ୍ରମିକଟ୍ରେନ ଯୋଗେ ଉତ୍ତରପ୍ରଦେଶ ଯିବେ। ତିନିଦିନ ତଳେ ବିଶାଖାପାଟଣାରୁ ୮ଜଣ ଶ୍ରମିକ ଚାଲି ଚାଲି ଆସି ନୟାଗଡର ନୂଆଗାଁରେ ପହଂଚି ଥିଲେ। ଏହି ୮ଜଣ ଶ୍ରମିକଙ୍କ ସହ ଝାନ୍‌ସିରୁ ଆସି ନୟାଗଡ଼ ଓ ଖଣ୍ଡପଡ଼ାର ବିଭିନ୍ନ ଇଟାଭାଟିରେ କାମ କରୁଥିବା ସମୁଦାୟ ୬୩ଜଣ ଶ୍ରମିକ ୨ଟି ବସ୍‌ରେ ଯାଇଛନ୍ତି। ସେମାନଙ୍କୁ ସ୍କ୍ରିନିଂ ଟେଷ୍ଟ କରାଯାଇ ରାତ୍ରୀ ଭୋଜନ, ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା ସହ ବସରେ ପଠାଯାଇଥିଲା। ସେହିପରି ବୌଦ୍ଧ ଚାରିଛକର ବିଜୟ ନାମକ ଜଣେ ବ୍ୟକ୍ତି ତାଙ୍କର ଗର୍ଭବତୀ ପତ୍ନୀକୁ ସାଇକେଲରେ ଧରି ଭୁବନେଶ୍ୱରରୁ ନୟାଗଡ଼ରେ ଆସି ପହଂଚିଥିଲାବେଳେ ଜିଲାପାଳ ଖବର ପାଇ ସେମାନଙ୍କର ସମସ୍ତ ସୁବିଧା ସହ ନିଜ ଅଂଚଳକୁ ପଠାଇବାର ବନ୍ଦୋବସ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.