Home ଜିଲ୍ଲା ପରିକ୍ରମା ନୟାଗଡ଼ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

ନୟାଗଡ଼ ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ

33

ନୟାଗଡ଼, ୨୪ା।୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ମହୋତ୍ସବ ପଡ଼ିଆ ଠାରେ ନୟାଗଡ଼ ଜିଲ୍ଲା ପଲ୍ଲିଶ୍ରୀ ମେଳା ଉଦ୍‌ଘାଟିତ ହୋଇଯାଇଛି। ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଆଜିଠାରୁ ଆୟୋଜିତ ଏହି ପଲ୍ଲୀଶ୍ରୀ ମେଳାରେ ମୁଖ୍ୟଅତିଥିଭାବେ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିବାବେଳେ ଲୋକମାନଙ୍କର ଭାବାବେଗକୁ ନେଇ ପଲ୍ଲିଶ୍ରୀ ମେଳା ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ରଣପୁର ବିଧାୟକ ଯୋଗଦେଇଥିଲେ। କରୋନା କଟକଣା ଯୋଗୁଁ ବିନା ସାଂସ୍କୃତିକ କାର୍ଯ୍ୟକ୍ରମରେ ଏହି ମେଳା ଆୟୋଜନ ହୋଇଥିବାବେଳେ ମେଳାରେ ୧୦୯ଟି ଷ୍ଟଲ୍ ହୋଇଥିଲା। ପ୍ରଥମ ଦିନରେ କେତେକ ଏସ୍‌ଏସ୍‌ଜିଙ୍କ ଦ୍ୱାରା ତିଆରି ମନଲୋଭା ଜିନିଷ ପତ୍ର ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲାବେଳେ ବନ ବିଭାଗ, କୃଷି ବିଭାଗ ଆଦି କେତେକ ବିଭାଗର ସରଞ୍ଜାମ ପ୍ରଦର୍ଶୀତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳାପାଳ ଡ.ପୋମା ଟୁଡୁ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.