Home Coronavirus Outbreak ଓମିକ୍ରନ କ୍ଷେତ୍ରରେ ଟିକା ଯଥେଷ୍ଟ ନୁହେଁ ? ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ...

ଓମିକ୍ରନ କ୍ଷେତ୍ରରେ ଟିକା ଯଥେଷ୍ଟ ନୁହେଁ ? ୧୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯ ଜଣ ନେଇଥିଲେ କରୋନା ଟିକା ଏପରିକି ୩ ଜଣ ନେଇଥିଲେ ବୁଷ୍ଟର ଡୋଜ

39

ନୂଆ ଦିଲ୍ଲୀ ୨୫-୧୨ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ଓକ ନୂତନ ରୂପ ଓମିକ୍ରନ୍। ବହୁତ ଅଧିକ ସଂକ୍ରମଣ ନେଇ ସାରା ବିଶ୍ୱକୁ ଚିନ୍ତାରେ ପକେଇ ଦେଇଛି। ସବୁଠାରୁ ଗମ୍ଭୀର କଥା ହେଉଛି ଏହା ମଧ୍ୟ ସେହି ଲୋକଙ୍କୁ ସଂକ୍ରମିତ କରୁଛି ଯେଉଁମାନେ ଟୀକାକରଣର ଉଭୟ ଡୋଜ ନେଇଥିଲେ।

ଦେଶର ପ୍ରତି ଦଶ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ନଅ ଜଣ ଯେଉଁମାନେକି ଟୀକାକରଣର ଉଭୟ ଡୋଜ ନେଇଥିଲେ ସେମାନେ ମଧ୍ୟ ଓମିକ୍ରନ୍ ରେ ସଂକ୍ରମିତ ହୋଇଛନ୍ତି। ଏକ ଅଧ୍ୟୟନରୁ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତିଯେ, ଏଥି ସହିତ, ଏହି ନୂତନ ବିପଦ ବିଷୟରେ ଅଧିକ ସଚେତନ ହେବାକୁ ବିଶେଷଜ୍ଞମାନେ ନିବେଦନ କରିଛନ୍ତି।

ଦେଶରେ ଏବେ ଓମିକ୍ରନ ସଂକ୍ରମଣ ୪୦୦ ପାର ହୋଇଛି। ଓମିକ୍ରନ୍ ସଂକ୍ରମିତ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ସଂକ୍ରମିତ ୧୦ ଜଣଙ୍କ ମଧ୍ୟରୁ ନଅ ଜଣଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି। ଏହି ନୂତନ କରୋନାର ଟିକା ପର୍ଯ୍ୟାପ୍ତ ନୁହେଁ ବୋଲି କେନ୍ଦ୍ର କହିଛି। ସଂକ୍ରମଣକୁ ରୋକିବା ପାଇଁ ମାସ୍କ ଏବଂ ସାନିଟାଇଜେସନ୍ ପରି ଅନ୍ୟ ବିକଳ୍ପଗୁଡ଼ିକୁ ପୁନଃ ଗ୍ରହଣ କରିବାକୁ ପଡିବ।

ଯେଉଁମାନେ ବୁଷ୍ଟର୍ ଡୋଜ ନେଇଥିଲେ ସେମାନେ ମଧ୍ୟ ଏଥିରେ ସଂକ୍ରମିତ ହୋଇଛନ୍ତି।

କେନ୍ଦ୍ର ଦ୍ୱାରା ଉପସ୍ଥାପିତ ହୋଇଥିବା ଆକଳନ ଭୟଭୀତ କରାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବାନୁସାରେ, ଓମିକ୍ରନ୍ ସଂକ୍ରମିତ ମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ସଂପୂର୍ଣ୍ଣ ଟୀକାକରଣ କରିଛନ୍ତି। ଏକାସାଙ୍ଗରେ, ତିନି ଜଣ ବୁଷ୍ଟର ଡୋଜ୍ ନେଇଥିଲେ, କିନ୍ତୁ ସେମାନେ ମଧ୍ୟ ଓମିକ୍ରନ୍ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଅଧ୍ୟୟନରୁ ଜଣାପଡ଼ିଥିଲାଯେ, ୧୮୭ ଜଣ କରୋନା ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ କେବଳ ଚାରିଜଣ ଟିକା ଗ୍ରହଣ କରିନଥିଲେ।

୨୭ ପ୍ରତିଶତ ସଂକ୍ରମିତ ବିଦେଶ ଯାଇ ନାହାଁନ୍ତି
ଅନ୍ୟ ଏଖ ଅଧ୍ୟୟନରୁ ଜଣାପଡ଼ିଛିଯେ, ଓମିକ୍ରନ୍ ସଂକ୍ରମିତ ୨୭ ପ୍ରତିଶତ ଲୋକଙ୍କର କୌଣସି ବିଦେଶ ଯାତ୍ରା କରିନାହାଁନ୍ତି। ଏପରିକି ସେମାନେ ନା ବିଦେଶ ଯାଇଥିଲେ କିମ୍ବା ବିଦେଶୀ ଯାତ୍ରୀମାନଙ୍କ ସହିତ ଯୋଗାଯୋଗ କରିନଥିଲେ, ତଥାପି ସେମାନେ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ବିଶେଷଜ୍ଞଙ୍କ ଚେତାବନୀ ?

ଭାରତରେ କୋଭିଡ ୧୯ ଟାସ୍କ ଫୋର୍ସର ମୁଖ୍ୟ ଡକ୍ଟର ଭି.କେ ପଲ ଓମିକ୍ରନ୍ ବିଷୟରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଡେଲଟା ଅପେକ୍ଷା ଏହି ପ୍ରକାର ଅଧିକ ସଂକ୍ରାମକ ଏବଂ ବିପଜ୍ଜନକ ଅଟେ। ଏହି ପ୍ରକାରକୁ ବ୍ୟକ୍ତିଠାରୁ ଅନ୍ୟକୁ ବିସ୍ତାର କରିବାର ବିପଦ ବହୁତ ଅଧିକ। ଯଦି କୌଣସି ବ୍ୟକ୍ତି ସଂକ୍ରମଣର ଶିକାର ହୁଅନ୍ତି, ତା’ହେଲେ ତାଙ୍କ ପରିବାର ସଦସ୍ୟଙ୍କଠାରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.