Home ଅପରାଧ ନୟାଗଡ଼ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନୟାଗଡ଼ : ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

36

ନୟାଗଡ଼, ୨୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ନୟାଗଡ଼ ପୋକ୍ସକୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଦଣ୍ଡିତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ହେଉଛି ଖଣ୍ଡପଡ଼ା ଥାନା ବଡ଼ବାଣପୁର ଅଂଚଳର ସୁନିଲ କୁମାର ଦାସ। ଉଲ୍ଲେଖଯୋଗ୍ୟ ଗତ ୨୦୧୬ ମସିହା ମେ ୧୬ ତାରିଖରେ କଂଟିଲୋ ଅଂଚଳର ଜଣେ ନାବାଳିକା କଲେଜରେ ଫର୍ମ ପକାଇ ଘରକୁ ଫେରୁଥିବାବେଳେ ଅଭିଯୁକ୍ତ ସୁନିଲ ପିଡ଼ିତାକୁ ଅପହରଣ କରିନେଇ ଭୁବନେଶ୍ୱର ସାଲିଆସାହିରେ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ତା’ସହ ଦୁଷ୍କର୍ମ କରିଥିଲା। ନାବାଳିକା କୌଶଳ କ୍ରମେ ସେଠାରୁ ଖସିଆସି ଖଣ୍ଡପଡ଼ା ଥାନାରେ ଏସମ୍ପର୍କରେ ଅଭିଯୋଗ କରିଥିଲା। ପୁଲିସ ୧୧୨/୨୦୧୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଏହି ମାମଲାରେ ନୟାଗଡ଼ ପୋକ୍ସକୋର୍ଟର ବିଚାରପତି ବିଭୁପ୍ରସାଦ ପଣ୍ଡା ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ଏହି ଦଣ୍ଡରେ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତ ୧୫ଜଣ ସାକ୍ଷୀଙ୍କର ବୟାନକୁ ଭିତ୍ତିକରି ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୭୬(୨)ରେ ରାୟ ଦେଇଛନ୍ତି। ଅଭିଯୁକ୍ତ ଅନ୍ୟଏକ ପୋକ୍ସ କେସ୍‌ରେ ନୟାଗଡ଼ ଉପକାରାଗାର ରହୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.