Home ଉପ ନିର୍ବାଚନ ଧାମନଗର ବିଗ୍ ଫାଇଟ୍‌ରେ ବିଜେଡିର ହେଭିୱେଟ୍‌ଙ୍କ ଜୋରଦାର ପ୍ରଚାର

ଧାମନଗର ବିଗ୍ ଫାଇଟ୍‌ରେ ବିଜେଡିର ହେଭିୱେଟ୍‌ଙ୍କ ଜୋରଦାର ପ୍ରଚାର

49

ଭଦ୍ରକ, ୨୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଉପନିର୍ବାଚନରେ ଧାମନଗରରେ ହେବ ବିଗ୍ ଫାଇଟ୍। ଫେରିବ ବିଜେଡି ଗଡ ଉଡିବ ବିଜୟ ବାନା। ୪୪ ପଞ୍ଚାୟତ ଓ ୧୧ ୱାର୍ଡରେ ଚାଲିଛି ମାରାଥନ୍ ପ୍ରଚାର। ଦିନରାତି ଏକ କରି ଦଳୀୟ ପ୍ରାର୍ଥିନୀ ପାଇଁ ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଓ ଷ୍ଟାର ପ୍ରଚାରକ। ଘର ଘର ବୁଲି ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଲୋକଙ୍କୁ ବୁଝାଉଛନ୍ତି। ଦାୟିତ୍ୱରେ ଥିବା ନେତାମାନେ ଗାଁ ଗାଁରେ ସଭା ସମିତି କରି ଲୋକମାନଙ୍କ ମନ ଜିଣୁଛନ୍ତି। ଗଳି ଗଳିରେ ମିଳୁଛି ବିଜେଡିକୁ ଜନ ସମର୍ଥନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ମହିଳା ସଶକ୍ତିକରଣ ପାଇଁ ନବୀନଙ୍କ ଭୂମିକାକୁ ଆଗେଇନେବା କ୍ଷେତ୍ରରେ ଦଳୀୟ ପ୍ରାର୍ôଥନୀ ଅବନ୍ତୀଙ୍କୁ ଭୋଟ୍ ଦେବାକୁ ଧାମନଗରବାସୀ ମନସ୍ଥ କରିଥିବା ଶାସକ ଦଳ କହୁଛି। ଲୋକମାନେ ବିଜେଡି ସହିତ ରହୁଥିବାରୁ ଧାମନଗରରେ ଦଳ ୨୫ ରୁ ୩୦ ହଜାର ଭୋଟ୍‌ରେ ବିଜୟୀ ହେବ ବୋଲି ଆକଳନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେହିପରି ବିଦ୍ରୋହୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ଦଳରୁ ବହିଷ୍କାର ପରେ ସକ୍ରୀୟ ହୋଇଯାଇଛନ୍ତି ଦଳୀୟ କର୍ମୀ। ତିହିଡି ବ୍ଲକ୍ ଶ୍ୟାମସୁନ୍ଦରପୁର ଓ ଗୁଆମାଳ ପଞ୍ଚାୟତରେ ବିଜେଡିର ଦମଦାର ରାଲି ଓ ସଭା କରାଗଲାଣି।

ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ବିଜେଡି ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜଙ୍କୁ ନେଇ ଭଦ୍ରକ ଜିଲା ବିଜେଡି ମହିଳା ସଭାପତି ସୁଶ୍ରୀ ବିଦ୍ୟୁତଲତା ନାୟକ ଦଳୀୟ ସଭା କରିଛନ୍ତି। ଶ୍ୟାମସୁନ୍ଦରପୁରରେ ବିଜେଡି ସ୍ୱଳ୍ପ ସଂଖ୍ୟକ ଭୋଟରେ ଆଗୁଆ ଥିବାରୁ ଏହାକୁ ମଜବୁତ କରିବା ପାଇଁ ଦଳ ଲାଗି ପଡିଛି। ସେହିଭଳି ଗୁଆମାଳ ପଞ୍ଚାୟତରେ ଏଥର କନ୍ଦଳ ଛାଡି ଦଳୀୟ କର୍ମୀ ଏକଜୁଟ ହୋଇଛନ୍ତି। ମାନସ ପାଠୀ ଓ ପ୍ରଦୀପ ପଣ୍ଡା ଯେମିତି ହେଉ ଏହି ପଞ୍ଚାୟତରୁ ୫ ଶହ ଭୋଟ ଶଙ୍ଖ ଭୋଟ ଲିଡ୍ କରିବାକୁ ମହିଳା ଗୋଷ୍ଠୀଙ୍କୁ ଏକତ୍ରିତ କରୁଛନ୍ତି। ଜିଲା ପରିଷଦ ସଭ୍ୟା ରୁଜାତା ପଣ୍ଡା ରାତିଦିନ ଏକକରି ସବୁ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ଗୁରୁମନ୍ତ୍ର ଦେଉଛନ୍ତି। ସେହିଭଳି ଆଜି ୭ନଂ ଜୋନ୍‌ରେ ଅବନ୍ତୀ ଦାସ ବିଲଣା, ବୋଡକ ଓ କାଁପଡାରେ ଘରକୁ ଘର ବୁଲି ଭୋଟଭିକ୍ଷା କରିଥିଲେ। ଏହି ପରିପ୍ରେକ୍ଷୀରେ ବୋଡକ ପଂଚାୟତରେ ଏକ ନିର୍ବାଚନୀ ସଭା ଜିଲା ପରିଷଦ ସଭ୍ୟା ବିଦ୍ୟୁତଲତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମେକେଶ ରାୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା ସୁଲତା ଦେଓ, ସାଂସଦ ମଂଜୁଲତା ମଣ୍ଡଳ, ନାରୀନେତ୍ର ଏଲିନା ଦାସ ପ୍ରମୁଖ ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.