Home ଜିଲ୍ଲା ପରିକ୍ରମା ନୟାଗଡ଼ ଜିଲ୍ଲା ପରିଷଦର ୭ମ ସାଧାରଣ ଅଧିବେଶନ

ନୟାଗଡ଼ ଜିଲ୍ଲା ପରିଷଦର ୭ମ ସାଧାରଣ ଅଧିବେଶନ

62

ନୟାଗଡ଼, ତା. ୧୨.୦୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଆଜି ଦିବା ଘ.୧୦.୩୦ମି. ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ସୃଜନ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୭ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ମାନ୍ୟବର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁପାଳନ ବିକାଶ ଏବଂ ଉଚ୍ଚଶିକ୍ଷା, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଶ୍ରୀ ରମେଶ ଚନ୍ଦ୍ର ବେହେରା, ମାନ୍ୟବର ବିଧାୟକ ଦଶପଲ୍ଲା, ଶ୍ରୀ ଅଖିଳ କୁମାର ଜାନୀ, ଉପଧ୍ୟକ୍ଷ ଜିଲ୍ଲା ପରିଷଦ, ଡା. ପୋମା ଟୁଡୁ, ଜିଲ୍ଲାପାଳ ନୟାଗଡ଼, ଶ୍ରୀ ଧନରାଜ୍ ଏଚ.ଡି., ବନଖଣ୍ଡ ଅଧିକାରୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦିଲିପ୍ କୁମାର ସାହାଣୀ, ଶ୍ରୀ ସୁବାସ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମାନ୍ୟବର ସାଂସଦ କଟକ ଓ ପୁରୀଙ୍କ ପ୍ରତିନିଧି, ଶ୍ରୀ ତାରା ପ୍ରସାଦ ପଟ୍ଟନାୟକ, ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ବୋର୍ଡ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ମାନ୍ୟବର ମନ୍ତ୍ରୀ ଡ. ସାହୁ ଜିଲ୍ଲା ପରିଷଦର ବୈଠକ ସଂପର୍କରେ କହିଲେ ଯେ, ଜିଲ୍ଲା ପରିଷଦ ବୈଠକ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ ବୈଠକ। ଏହି ବୈଠକରେ ଜିଲ୍ଲାର ସମସ୍ତ ଉନ୍ନତି ମୂଳକ ଯୋଜନା ଗୁଡ଼ିକର ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥାଏ। ବିଭିନ୍ନ ବିଭାଗର କାର୍ଯ୍ୟ ଗୁଡ଼ିକ ଠିକାଦାରମାନଙ୍କର ଅବହେଳାରୁ ଠିକ୍ ସମୟରେ ସମାପ୍ତ ହୋଇପାରିନଥାଏ। ଏଣୁ ସେମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂପୃକ୍ତ ବିଭାଗ ଗୁଡ଼ିକୁ ମାନ୍ୟବର ମନ୍ତ୍ରୀ ନର୍ଦ୍ଦେଶ ଦେଇଥିଲେ। ଏହାପରେ ଶିକ୍ଷା ବିଭାଗ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ, ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ଜଳ ବିଭାଜିକା, କୃଷି, ଗ୍ରାମ୍ୟ ଉନ୍ନୟନ, ବନ ବିଭାଗ, ଉଦ୍ୟାନ ବିଭାଗ, ଗ୍ରାମୀଣ ଆବାସ ଯୋଜନା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏବଂ ଯୋଗାଣ ବିଭାଗ ଆଦି ବିଭିନ୍ନ ବିଭାଗର ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଡା. ଟୁଡୁ ଏହି ବୈଠକରେ ସମସ୍ତ ବିଭାଗର ପଦସ୍ଥ ଅଧିକାରୀମାନଙ୍କୁ ବକେୟା ଥିବା କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ କହିଥିଲେ। ମଣ୍ଡିଗୁଡ଼ିକରେ ସଠିକ୍ ଭାବରେ ଧାନ କ୍ରୟ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ପରିଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.