Home ଜିଲ୍ଲା ପରିକ୍ରମା ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ଅଧିବେଶନ

ଜିଲ୍ଲା ଯୋଜନା ବୋର୍ଡର ପ୍ରଥମ ଅଧିବେଶନ

85

ନୟାଗଡ଼, ତା. ୧୨.୦୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) – ଅପରାହ୍ନ ୩ଘଟିକା ସମୟରେ ଜିଲ୍ଲା ଯୋଜନା ବୋର୍ଡ କମିଟିର ପ୍ରଥମ ବୈଠକ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ମାନ୍ୟବର ବିଧାୟକ ରଣପୁର ତଥା ଅଧ୍ୟକ୍ଷ, ଜିଲ୍ଲା ଯୋଜନା ବୋର୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀ ପ୍ରଧାନ ସମସ୍ତ ସଦସ୍ୟମାନଙ୍କୁ ଗୃହକୁ ସ୍ୱାଗତ ଜଣାଇଥିଲେ ଏବଂ ମାନ୍ୟବର ମନ୍ତ୍ରୀ ଏହି ବୈଠକ ସଂପର୍କରେ କହିଲେ ଯେ, ସବୁ ବିଭାଗର ଏକ ଯୋଜନା ରହିବା ଆବଶ୍ୟକ। ଯେତେ ବିଭାଗର ଅର୍ଥ ଆସୁଛି ତାର ସଠିକ୍ ବିନିମୟ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ନୟାଗଡ଼ରେ ଜିଲ୍ଲା ଯୋଜନା ବୋର୍ଡ ଠିକ୍ ସମୟରେ ବୈଠକ ଡକାଇ ସବୁ ବିଭାଗର ଯୋଜନା ପ୍ରସ୍ତୁତ କରାଇବେ ଏବଂ ଠିକ୍ ଭାବରେ ଯୋଜନା ଗୁଡ଼ିକୁ ପରିଚାଳନା କରାଇ ନୟାଗଡ଼ ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବରେ ରାଜ୍ୟସ୍ତରରେ ପ୍ରତିଷ୍ଠିତ କରାଇବେ। ଏହି ଜିଲ୍ଲାକୁ ସରସ ସୁନ୍ଦର କରିବା ପାଇଁ ମାର୍ଗଦର୍ଶକମାନଙ୍କୁ ଡାକି ପରାମର୍ଶ ନେବେ। ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଲେ ଯେ, ଯାହା କାର୍ଯ୍ୟ କରାଯିବ ତାହା ଯୋଜନା ବୋର୍ଡ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହେବା ଆବଶ୍ୟକ। ଏହାପରେ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ସଂପର୍କରେ ଆଲୋଚନା କରି ମାନ୍ୟବର ମନ୍ତ୍ରୀ ଡ. ସାହୁ କହିଲେ

ଯେ, ନୟାଗଡ଼ ବାଇପାସ ରାସ୍ତା ବଡ଼ପଣ୍ଡୁସର ଠାରୁ ଆରମ୍ଭ ହୋଇ ନୟାଗଡ଼-ଓଡ଼ଗାଁ ରାସ୍ତା ଦେଇ ଲେଙ୍କୁଡ଼ିପଡ଼ା ଗ୍ରାମ ଦେଇ ମାହାଙ୍କପଲ୍ଲୀ ଠାରେ ବାହାରିବ। ୨୧ଟି ଗ୍ରାମ ଦେଇ ଏହି ରାସ୍ତା ଯିବ। ପ୍ରାୟ ୧୭ କିଲୋମିଟର ବାଇପାସ ରାସ୍ତା ନିର୍ମାଣ କରାଯିବ। ନୟାଗଡ଼ ତହସିଲଦାର ଜମି ଅଧିଗ୍ରହଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ ଏବଂ ଜାତୀୟ ରାଜପଥର ଯନ୍ତ୍ରୀ ଯଥାଶୀଘ୍ର ଏହି ରାସ୍ତ ନିର୍ମାଣ କରିବା ପାଇଁ ତତ୍ପରତା ପ୍ରଦର୍ଶନ କରିବେ। ଏହି ବାଇପାସ ଦ୍ୱାରା ନୟାଗଡ଼ ସହରର ଟ୍ରଫିକ୍ ସମସ୍ୟା ସମାଧାନ ହୋଇପାରିବ। ଶେଷରେ ଉପ ନିର୍ଦ୍ଦେଶକ, ଜିଲ୍ଲା ଯୋଜନା ବୋର୍ଡ ଧନ୍ୟବାଦ ପ୍ରଦାନ କରିବା ପରେ ସଭା ସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.