Home ଓଡ଼ିଶା ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ୧୫ ଜୋନ ପାଇଁ ୫୭ ଜଣ ପ୍ରାର୍ଥୀପତ୍ର...

ନୟାଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ୧୫ ଜୋନ ପାଇଁ ୫୭ ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

42

ନୟାଗଡ଼, ୭ା୧୦(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଳା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ସୁଦ୍ଧା ୧୫ ଜୋନ ପାଇଁ ୫୭ ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନୟାଗଡ଼ ଜିଲ୍ଲାର ୧୫୬ ସମବାୟ ସମିତି ଏବଂ ଅନ୍ୟାନ୍ୟ ଅଣ ସମବାୟ ସମିତିକୁ ନେଇ ୨୨୦ଟି ସୋସାଇଟି ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇନ୍ତି। ଉକ୍ତ ସମବାୟ ସମିତିରୁ ପ୍ରାଥମିକ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବ୍ୟକ୍ତି କେନ୍ଦ୍ର ସମବାୟ ସମିତିର ଭୋଟର ମାନ୍ୟତା ପାଇଥିବାବେଳେ ଜିଲ୍ଲାର ୨୨୦ ସମବାୟ ସମିତିକୁ ୧୫ଟି ଜୋନରେ ବିଭକ୍ତ କରାଯାଇଛି। ମୋଟ ୫୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ୫ନମ୍ବର ଅଣ ସଂରକ୍ଷିତ ଜୋନରେ ସର୍ବାଧିକ ୭ ଜଣ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଭାବରେ ଜୋନ ୧ରେ ୩ଜଣ, ଜୋନ ୨ରେ ୩ଜଣ, ଜୋନ ୩ରେ ୫ଜଣ, ଜୋନ ୪ରେ ୩ଜଣ, ଜୋନ ୫ରେ ୭ଜଣ, ଜୋନ ୬ରେ ୫ଜଣ, ଜୋନ ୭ରେ ୩ଜଣ, ଜୋନ ୮ରେ ୪ଜଣ, ଜୋନ ୯ରେ ୪ଜଣ, ଜୋନ ୧୦ରେ ୩ଜଣ, ଜୋନ ୧୧ରେ ୬ଜଣ, ଜୋନ ୧୨ରେ ୩ଜଣ, ଜୋନ ୧୩ରେ ୩ଜଣ, ଜୋନ ୧୪ରେ ୨ଜଣ, ଜୋନ ୧୫ରେ ୩ଜଣ ନାମାଙ୍କନା ପତ୍ର ଦାଖଲ କରିଥିବା ସୂଚନା ମିଳିଛି। ଯାହାକି ବିଭିନ୍ନ ଜୋନରେ ନିର୍ବାଚନ କଡ୍ଡା ଟକ୍କର ହେବା ସମ୍ଭାବନା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.