Home Top News ନୟାଗଡ଼ର ବହୁ ଚର୍ଚ୍ଚିତ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତ ପୋକ୍‌ସୋ କୋର୍ଟରେ – ତଦନ୍ତ ପାଇଁ ପରୀର...

ନୟାଗଡ଼ର ବହୁ ଚର୍ଚ୍ଚିତ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତ ପୋକ୍‌ସୋ କୋର୍ଟରେ – ତଦନ୍ତ ପାଇଁ ପରୀର ଫ୍ରକ୍‌, ହାଡ଼, ଚୁଟିକୁ ଉଦ୍ଧାର କରାଯାଇଥିବା ପୋଖରିର ଜଳକୁ ନିଷ୍କାସନ ଜାରି

57

ନୟାଗଡ଼, ୨୧ା୧୨(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁରର ପରିହତ୍ୟାର ପର୍ଦ୍ଦାଫାସ ହୋଇଛି। ଏସ୍ନଆଇଟି ଦ୍ୱାରା ତଦନ୍ତ ଚାଲିଥିବାବେଳେ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ସୋମବାର ପୋକସୋ କୋର୍ଟରେ ଦାଖଲ କରିଛି। ଏସଆଇଟି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଭୁବନେଶ୍ୱରରୁ ଆଜି ନୟାଗଡ଼ ଯଦୁପୁରକୁ ଆଣି ତା’ଣ ଡେମୋ ପରୀକ୍ଷା କରିଥିବାବେେଳେ ଅଭିଯୁକ୍ତକୁ ଗିରଫ କରାଯିବାରେ ଏସଆଇଟି ପାଖରେ ପ୍ରଚୁର ତଥ୍ୟ ଅଛି ବୋଲି ଏହାର ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସେ କହିଥିବାବେେଳେ ଯୌନ ନିତ୍ୟାତନା ହିଁ ପରିହତ୍ୟାର ପ୍ରମୁଖ କାରଣ ବୋଲି କହିଛନ୍ତି। ଆଜି ମଧ୍ୟାହ୍ନରେ ପରିଗାଁ ଯଦୁପୁରକୁ ଏସଆଇଟି ଦ୍ୱାରା ଗିରଫ କରାଯାଇଥିବା ଅଭିଯୁକ୍ତକୁ ଡେମୋ ଟେଷ୍ଟ କରାଯିବା ପାଇଁ ଅଣ।।ଯାଉଥିବା ଜଣାପଡ଼ିବା ପରେ ଯଦୁପୁର ଗାଁ ଲୋକାରଣ୍ୟ ହୋଇଯାଇଥିଲା। ପୋଲିସ ଛାଉଣିରେ ଅଭିଯୁକ୍ତର ଘର ସାମନା ସାରା ପୋଲିସ ମୟ ଦେଖାଯାଉଥିଲା। ଏହାପରେ ପ୍ରଥମେ ପୋଲିସ ଅଭିଯୁକ୍ତକୁ ତା’ଘରକୁ ଆଣି ତାକୁ ପଚରା ଉଚୁରା କରିଥିଲା। ଅଭିଯୁକ୍ତର ମା’ଭଉଣୀ ବିକଳ ହୋଇ କାନ୍ଦିବା ସହିତ ଅଭିଯୁକ୍ତର କିଛି ଭୁଲ୍ ନାହିଁ ତାକୁ କାହିଁକି ଏମିତି ଫସେଇ କଲବଲ କରୁଛ ବୋଲି କହୁଥିଲେ। କିଛି ସମୟ ଅଭିଯୁକ୍ତକୁ ତା’ଘର ଭିତରେ ରଖି ପଚରା ଉଚୁରା କରି ସାରିଲା ପରେ ଅଭିଯୁକ୍ତକୁ ନୟାଗଡ଼ ନେଇଯାଇଥିଲେ। ଅଭିଯୁକ୍ତକୁ ତା’ଘରୁ ନେବାର କିଛି ସମୟ ପରେ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆସିଥିଲେ। ସେ ଅଭିଯୁକ୍ତ ଘରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ଚାଲି ଯାଇଥିଲେ। ଦୀର୍ଘ ସାଢେ ୪ମାସ ପରେ ପରି ଅପହରଣ ଓ ହତ୍ୟା ମାମଲାର ୧୭ ଦିନ ପରେ ଏସଆଇଟିକୁ ବଡ଼ ସଫଳତା ମିଳିଥିବାବେଳେ ଗତ ଶନିବାର ଏସ୍‌ଆଇଟି ଯଦୁପୁରର ଜଣେ ଯୁକ୍ତ ତିନି ଛାତ୍ର, ତା’ମା ଓ ଭଉଣୀକୁ ନେଇ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ରାଜ୍ୟ ଫୋରେନ୍‌ସିକ୍ ଲାବୋରେଟୋରୀରେ ସେମାନଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା। ପଲିଗ୍ରାଫ ଟେଷ୍ଟ କରି ଅଭିଯୁକ୍ତର ମା’ ଭଉଣୀକୁ ଛାଡ଼ି ଦେଇଥିବାବେଳେ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରା ଉଚୁରା କରି ହତ୍ୟାର କାରଣ ଖୋଜି ପାଇଥିଲା। ଅଭିଯୁକ୍ତର ଘରକୁ ଏସଆଇଟି ବାରମ୍ବାର ଯାଇ ଖୋଳତାଡ଼ କରିଥିବାବେଳେ ଅଭିଯୁକ୍ତ ଉପରେ ବେଶୀ ସନ୍ଦେହ ହେବାରୁ ଗତ ୨ତାରିଖରେ ଏହି ଛାତ୍ରର ରକ୍ତ, ଲାଳ, ପ୍ୟାଂଟ, ସାର୍ଟ, ବିଛଣା ଚଦର ଆଦି ଜବତ କରିଥିଲା। ତେବେ ପରିକୁ ହତ୍ୟା କରିବା ପରେ ପରିର କେତେଖଣ୍ଡ ହାଡ଼ ଜବତ ହୋଇଥିବାବେଳେ ଆଉସବୁ ଅଙ୍ଗ ପ୍ରତ୍ୟେଙ୍ଗ କୁଆଡ଼େ ଗଲା ଓ କେଉଁ କେମିଲାଲ ଦେଇ ଦୁର୍ଗନ୍ଧକୁ ନଷ୍ଟ କରିଦିଆଗଲା ଏବଂ ପରିକୁ ହତ୍ୟା କରିବାରେ ଆଉ କାହାର ସମ୍ପୃକ୍ତି ଅଛିକି ନାହିଁ ତାହା ଏବେ ତଦନ୍ତ ସାପେକ୍ଷ ହୋଇପଡ଼ିଛି। ପରିହତ୍ୟାର ଘଟଣା ଦେଖିବାକୁ ଗଲେ ଗତ ଜୁଲାଇ ୧୪ ତାରିଖରେ ପରି ଅପହରଣ ହୋଇଥିଲାବେଳେ ୧୫ରେ ଥାନାରେ ଏତେଲା ଦିଅ।।ଯାଇଥିଲା ଏବଂ ୨୩ରେ ପରିର ହାଡ଼, ଚୁଟି ଓ ଫ୍ରକ୍ ବାରିପଟ ପୋଖରୀରୁ ଉଦ୍ଧାର ହୋଇଥିଲା। ନଭେମ୍ବର ୨୪ରେ ପରି ବାପା ମା’ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମରେ ସାରା ଓଡ଼ିଶାରେ ଚର୍ଚ୍ଚା, ୨୫ରେ ତଦନ୍ତ ପାଇଁ ସରକାରଙ୍କ କ୍ରାଇମବ୍ରାଂଚ ଘୋଷଣା, ଡିସେମ୍ବର ୧ରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପ୍ରଥମ ତଦନ୍ତ ଆରମ୍ଭ, ଡିସେମ୍ବର ୨ରେ ସନ୍ଦେହ ଘେରରେ ଥିବା ଛାତ୍ରର ରକ୍ତ, ଲାଲ, ମୋବାଇଲ ଜବତ, ଡିସେମ୍ବର ୯ରେ ଜିଲାପାଳ, ଏସପି ଭିସି ମାଧ୍ୟମରେ ଏନ୍‌ସିପିଆର୍ ପାଖରେ ହାଜର, ଡିସେମ୍ବର ୧୦ରେ ଏସଡିପିଓଙ୍କୁ ବଦଳି ଓ ଆଇଆଇସିକୁ ନିଲମ୍ବନ, ୧୯ରେ ସନ୍ଦଗ୍ଦ ଛାତ୍ରର ମା, ଭଉଣୀକୁ ଏସଆଇଟି ନେବାପରେ ଡିସେମ୍ବର ୨୦ରେ ଏସଆଇଟି ସନ୍ଦିଗ୍ଧ ଛାତ୍ରକୁ ଗିରଫ କରିଥିବାବେଳେ ଆଜି ଛାତ୍ରର ଡେମୋ ଟେଷ୍ଟ କରାଯାଇ ପକ୍‌ସୋ କୋର୍ଟରେ ହାଜର କରାଯାଇଥିଲ। ତେବେ ଅଭିଯୁକ୍ତ ପରିହତ୍ୟାର ମୁଖ୍ୟ ଅଭିଯୁକ୍ତ ବୋଲି ଏସ୍‌ଆଇଟି ଠୋସ୍ ପ୍ରମାଣ ପାଇଥିଲାବେଳେ ଅଭିଯୁକ୍ତ ଯେହେତୁ ଜଣେ ନାବାଳକ ଛାତ୍ର ତେଣୁ ଅଭିଯୁକ୍ତର ନାମ ନେଇନଥିଲା। ତେବେ ଅଭିଯୁକ୍ତ ନାମରେ ଆଇପିସି ଧାରା ୩୬୩(ଅପହରଣ), ୩୦୨(ହତ୍ୟା), ୩୭୬-ଏ, ୨୦୧(ଅପରାଧିକୁ ରକ୍ଷା କରିବା ନିମନ୍ତେ ଅପରାଧର ପ୍ରମାଣ ନଷ୍ଟ କରିବା ଓ ସେଥିପାଇଁ ମିଥ୍ୟା ଖବରଦେବା ଦଫା, ସେକ୍ସନ-୬ ପକ୍ସସୋ ଆକ୍ସ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.