Home ଓଡ଼ିଶା ନୟାଗଡ଼ରେ ୩ ଅଧିକାରୀଙ୍କ ବଦଳି

ନୟାଗଡ଼ରେ ୩ ଅଧିକାରୀଙ୍କ ବଦଳି

28

ନୟାଗଡ଼, ୩୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପଂଚାୟତକ ନିର୍ବାଚନକୁ ଆଖି ଆଗରେ ରଖି ବଦଳି ଓ ପଦୋନ୍ନତି ପ୍ରକିୟା କରାଯାଇଥିବାବେଳେ ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କୁ ଭଦ୍ରକ ଜିଲ୍ଲାର ଉପଜିଲ୍ଲାପାଳ ଭାବେ ନିଯୁକ୍ତି କରାଯାଇଛି। ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୩୯ ଜଣ ସରକାରୀ ଅଧିକାରୀଙ୍କୁ ବଦଳି କରାଯାଇଥିବା ପରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଳାରେ କାର୍ଯ୍ୟରତ ୩ଜଣ ଅଧିକାରୀଙ୍କୁ ବଦଳି କରାଯାଇଛି। ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କୁ ନୟାଗଡ଼ ବିଡିଓ ମନୋଜ ପାତ୍ରଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଥିବାବେଳେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଯୁଗଳ କିଶୋର ମିଶ୍ରଙ୍କୁ ନୟାଗଡ଼ ତହସିଲଦାର ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କି ଡମପଡ଼ା ବିଡିଓ ଆର୍ତ୍ତବନ୍ଧୁ ଲେଙ୍କାଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଭାେବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.