Home ଓଡ଼ିଶା ଓଡିଶା ଭାରୋତ୍ତୋଳନ ପାରଦର୍ଶିତା କେନ୍ଦ୍ର ନିମନ୍ତେ ପ୍ରତିଭା ଅନ୍ବେଷଣ

ଓଡିଶା ଭାରୋତ୍ତୋଳନ ପାରଦର୍ଶିତା କେନ୍ଦ୍ର ନିମନ୍ତେ ପ୍ରତିଭା ଅନ୍ବେଷଣ

29

ପୁରୀ ୦୧.୧୦ (ଓଡ଼ିଆ ପୁଅ) – ଆସନ୍ତା ୨ ଓ ୩ ତାରିଖରେ ଭାରୋତ୍ତୋଳନ ନିମନ୍ତେ ପ୍ରତିଭା ଅନ୍ବେଷଣ ଶିବିର ଆୟୋଜିତ ହେବ। ସମୁଦ୍ରକୂଳ ନିକଟସ୍ଥ ଓଡିଶା ଜାତୀୟ ବ୍ୟାୟାମ କ୍ରୀଡା ପରିଷଦ ଠାରେ ଏହି ଶିବିର ଅନୁଷ୍ଠିତ ହେବ। ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ଏହି ପ୍ରତିଭା ଅନ୍ବେଷଣ ଶିବିର ଆୟୋଜନ କରାଯାଇଛି। ଯାଗା ଆଖଡାରେ ମଲ୍ଲ ଓ କୁସ୍ତି ପ୍ରଶିକ୍ଷଣ କ୍ଷେତ୍ରରେ ପୁରୀର ସ୍ବତନ୍ତ୍ର ପରିଚୟ ରହିଛି। ପୁରୀ ଜିଲ୍ଲାର ୧୩ ରୁ ୧୮ ବର୍ଷ ବୟସ ମଧ୍ୟରେ ଉଭୟ ପୁଅ ଓ ଝିଅ ମାନେ ଭାଗ ନେଇ ପାରିବେ। ଉକ୍ତ ଶିବିରରୁ ମନୋନୀତ ହେଲେ ସେମାନଙ୍କୁ ଭୁବନେଶ୍ବରସ୍ଥିତ ହାଇପରଫରମାନ୍ସ ସେଣ୍ଟରରେ ତାଲିମ ଦିଆଯିବ। ଏନେଇ ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.