Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

ନୟାଗଡ଼ରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ

71

ନୟାଗଡ଼, ୨୭ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ପୌରପରିଷଦ ପକ୍ଷରୁଚ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ନିକଟରେ ସ୍ୱାସ୍ଥ୍ୟପ୍ରଦ ମାଛ ବଜାରର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏହାର ଶିଳାନ୍ୟାସ କରିଥିବାବେଳେ ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ, ଜିଲ୍ଳା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ଡ.ପ୍ରମୋଦ କୁମାର ନାୟକ, ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବଜାରର ଅଟଳଳ ୩କୋଟି ୨୮ ହଜାର ଟଙ୍କା ରଖାଯାଇଥିଲାବେଳେ ଏହାକୁ ଗୋଟିଏ ବର୍ଷ ଭିତରେ ଶେଷ କରିବାର ଆଶା ରଖାଯାଇଛି। ଗୋଟିଏ ସ୍ଥାନରେ ମାଛ , ମାଂସ ବଜାର ହେଲେ ପରିବେଶ ସଫା ରହିବା ସହ ଜନସାଧାରଣ ଠିକ୍ ଭାବେ ଉପକୃତ ହୋଇପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.