Home Top News କାଶ୍ମୀରରେ ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟ; ଏସପିଓ ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା

କାଶ୍ମୀରରେ ଆତଙ୍କବାଦୀଙ୍କ ଘୃଣ୍ୟ କାର୍ଯ୍ୟ; ଏସପିଓ ଏବଂ ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା

105

କଶ୍ମୀର ୨୮-୬ (ଓଡ଼ିଆ ପୁଅ) ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ତ୍ରାଲ ପୋଲିସର ପରିବାରକୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ଏସପିଓ ଫୟାଜ ଅହମ୍ମଦଙ୍କୁ ହତ୍ୟା କରିଛନ୍ତି। ଅବନ୍ତିପୁରାର ହରିପାରିଗାମ ଗାଁର ଏସପିଓ ଫୟାଜ ଅହମ୍ମଦଙ୍କ ଘରେ ପ୍ରବେଶ କରି ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ରାତି ପ୍ରାୟ ୧୧ ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ସଶସ୍ତ୍ର ଆତଙ୍କବାଦୀମାନେ ଏସପିଓ ଫୟାଜ ଅହମ୍ମଦଙ୍କ ଘରେ ଜବରଦସ୍ତ ପ୍ରବେଶ କରିଥିଲେ। ଆତଙ୍କବାଦୀମାନେ ଫୟାଜ ଏବଂ ତାଙ୍କ ପରିବାର ଉପରେ ଗୁଳି ଚଳାଇଥିଲେ।

ଖବର ଅନୁୟାୟୀ, ଏହି ଆକ୍ରମଣରେ ଫୟାଜ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ପତ୍ନୀ ରାଜା ବେଗମ୍ ଅନନ୍ତନାଗ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି।

ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଏସପିଓ ଫାୟାଜଙ୍କ ଝିଅକୁ ମଧ୍ୟ ଗୁଳି ଲାଗିଛି। ବର୍ତ୍ତମାନ ଏସପିଓଙ୍କ ଝିଅ ରାଫିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ରହିଛି। କାଶ୍ମୀର ପୋଲିସର ସୂଚନାନୁସାରେ, ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ସନ୍ଧାନ ଜାରି ରହିଛି। ଖବର ମୁତାବକ, ଏସପିଙ୍କ ଘରେ ଲଶ୍କର-ଏ-ତୋଇବା ଏବଂ ଜୈଶ-ଏ-ମହମ୍ମଦ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।

ସୂଚନାଯୋଗ୍ୟଯେ, ଏହାପୂର୍ବରୁ ରବିବାର ଦିନ ଜାମ୍ମୁ ଏୟାରଫୋର୍ସ ବିମାନବନ୍ଦରର ବାୟୁସେନା ଷ୍ଟେସନରେ ଦୁଇଟି ବିସ୍ଫୋରକ ବୋଝେଇ ଡ୍ରୋନ୍ ଖସି ପଡ଼ିବାରୁ ୬ ମିନିଟ ମଧ୍ୟରେ ଦୁଇଟି ବିସ୍ଫୋରଣ ଘଟି ଦୁଇ ବାୟୁସେନା କର୍ମଚାରୀ ଆହତ ହୋଇଥିଲେ। ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂ ଏହି ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ଡିଜିପି ଦିଲବାଗ ସିଂଙ୍କ ଅନୁଯାୟୀ ଜାମ୍ମୁ ପୋଲିସ, ବାୟୁସେନା ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା ଏହି ଘଟଣାର ତଦନ୍ତ କରୁଛନ୍ତି।

ବାସ୍ତବରେ ଆତଙ୍କବାଦୀଙ୍କ ଉପରେ ଭାରତୀୟ ସେନା କ୍ରମାଗତ ଭାବେ ଦମନ କରୁଛି। ଭାରତୀୟ ସେନା ଉପତ୍ୟକାରୁ ଆତଙ୍କବାଦୀଙ୍କୁ ହଟାଉଛନ୍ତି। ଏହି କାରଣରୁ ଉପତ୍ୟକାରେ ଆତଙ୍କବାଦୀଙ୍କ ଅସ୍ଥିରତା ବୃଦ୍ଧି ପାଇଛି ଏବଂ ସେମାନେ କ୍ରୋଧରେ ଏଭଳି ଭୟଭୀତ ଆକ୍ରମଣ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.