Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ପୁଲିସ ଏସଆଇ ଓ ଏଏସଆଇ ସ୍ତରରେ ବଡ଼ ଧରଣର ଅଦଳ ବଦଳ

ନୟାଗଡ଼ରେ ପୁଲିସ ଏସଆଇ ଓ ଏଏସଆଇ ସ୍ତରରେ ବଡ଼ ଧରଣର ଅଦଳ ବଦଳ

46

ନୟାଗଡ଼, ୧୯-୧୧(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲାର ବିଭିନ୍ନ ଥାନା ଓ ଫାଣ୍ଡିରେ ଏସଆଇ ଓ ଏଏସଆଇମାନଙ୍କର ବଡ଼ ଧରଣର ଅଦଳ ବଦଳ ହୋଇଛି। ଯାହା ଜଣାପଡ଼ିଛି ନୟାଗଡ଼ ଟାଉନ ଥାନା ଏସଆଇ ସ୍ମୃତି ରଂଜନ ମହାନ୍ତିଙ୍କୁ ନୟାଗଡ଼ ସଦରଥାନାକୁ ବଦଳି ହୋଇଥିବାବେଳେ ସଦରଥାନା ଏସଆଇ ସନ୍ତୋଷ ଦାଶଙ୍କୁ ନୟାଗଡ଼ ଟାଉନଥାନାକୁ ବଦଳି କରାଯାଇଛି। ସେହିପରି ନୟାଗଡ଼ ଥାନା ଏସଆଇ ଏଚ୍ ଏମ୍ ସାମଲଙ୍କୁ ଡିଆଇବିକୁ ବଦଳି ହୋଇଥିବାବେଳେ ଚାନ୍ଦପୁର ଥାନା ଏସଆଇ ଏସ ଏସ ହୋରୋଙ୍କ ରଣପୁର ଥାନାକୁ, ରଣପୁର ଥାନା ଏସଆଇ ବିଦିତା ନାୟକଙ୍କୁ ନୟାଗଡ଼ ଟାଉନଥାନା, ଖଣ୍ଡପଡ଼ା ଥାନା ଏସଆଇ ପିକେ ଦେଓଙ୍କୁ କଂଟିଲୋ ଫାଣ୍ଡିକୁ, ଗଣିଆ ଥାନା ଏସଆଇ ଶ୍ରଦ୍ଧା ନାୟକଙ୍କୁ ସଦର କୋର୍ଟକୁ ବଦଳି ହୋଇଯାଇଛି। ଅନ୍ୟପକ୍ଷରେ ଏଏସ୍‌ଆଇଙ୍କୁ ମଧ୍ୟ ବଦଳି କରାଯାଇଛି। ଅଶୋକ କୁମାର ମହାନ୍ତି ସଦରଥାନା, ଏନ୍ ବାହିନୀପତିଙ୍କୁ ମାଳିସାହି ଫାଣ୍ଡି, କେବି ମଲ୍ଲିକଙ୍କୁ ନୟାଗଡ଼ ସଦରଥାନା, ରାଜେନ୍ଦ୍ର କହଁରଙ୍କୁ କୋଶକା ଫାଣ୍ଡି, -ଏସି ମିଶଙ୍କୁ ନୟାଗଡ଼ ଟାଉନଥାନା, ଶିବ ପ୍ରସାଦ ପ୍ରଧାନଙ୍କୁ ନୂଆଗାଁ ଥାନା, ନୂଆଗାଁ ଥାନାରେ ଥିବା ପିକେ ନନ୍ଦଙ୍କୁ ଇଟାମାଟି ଥାନା, ଦଶପଲା ଥାନା ସଇନୁଲ ଖାଁକୁ କୂରାଳ, ଏନ୍ ମହାପାତ୍ରଙ୍କୁ ଖଣ୍ଡପଡ଼ା ଥାନା, ଏସ୍ କେ ସୁବୁଦ୍ଧିଙ୍କୁ ସଦରଥାନା, ଆରକେ ବେହେରାଙ୍କୁ ଚାନ୍ଦପୁର, ଅନ୍ତର୍ଯ୍ୟାମୀ ଦାଶଙ୍କୁ ବାହାଡ଼ାଝୋଲା, ଏସକେ ସାହୁ ଙ୍କୁ ଦଶପଲା, ଏ ଟି ବେହେରାଙ୍କୁ ଖଣ୍ଡପଡ଼ା, ବି କେ ଦାଶଙ୍କୁ ଫତେଗଡ଼କୁ ବଦଳି କରାଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.