Home ଓଡ଼ିଶା ନୟାଗଡ଼ରେ ଦଣ୍ଡଯାତ୍ରା ଉଦ୍ୟାପିତ: ପୁରପଲ୍ଲୀ ଉତ୍ସବ ମୂଖର

ନୟାଗଡ଼ରେ ଦଣ୍ଡଯାତ୍ରା ଉଦ୍ୟାପିତ: ପୁରପଲ୍ଲୀ ଉତ୍ସବ ମୂଖର

274

ନୟାଗଡ଼, ୧୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଲିଥିବା ଦଣ୍ଡଯାତ୍ରା ସମାରୋହ ଉଦ୍ୟାପିତ ହୋଇଯାଇଛି। ଏହି ଉପଲକ୍ଷେ ସହରଠାରୁ ପୁରପଲ୍ଳୀ ଉତ୍ସବ ମୂଖର ହୋଇପଡ଼ିଛି। ଗାଁ ଠାରୁ ସହରପର୍ଯ୍ୟନ୍ତ ଦଣ୍ଡଯାତ୍ରା ସାଙ୍ଗକୁ ଝାମୁନାଚର କୋଳାହଳରେ ପୁରି ଉଠିଛି। ଠାକୁରଙ୍କୁ ନିମନ୍ତ୍ରଣ ଅନୁସାରେ ଦଣ୍ଡୁଆମାନେ ଗାଁ ଗାଁ ବୁଲି ଦଣ୍ଡଖେଳ ପ୍ରଦର୍ଶନ ସହିତ ଭକ୍ତଙ୍କ ଦୁଆରେ ପାଣିଦଣ୍ଡ ଉତୁରା ହେବା ସହ ସେହି ଗାଁରେ ଝାମୁନାଚ ହେଉଥିବାବେଳେ ଦଣ୍ଡଯାତ୍ରାର ଶେଷ ଦିବସ ଅର୍ଥାତ ମେରୁ ଦିବସରେ ଦଣ୍ଡଠାକୁରଙ୍କ କାମନା କୋଠି ଆଗରେ ଦଣ୍ଡୁଆମାନଙ୍କ ମାନଙ୍କ ଦ୍ୱାରା ବିଭିନ୍ନ ଖେଳ ପ୍ରଦର୍ଶନ ବେଶ୍ ଚିତାକର୍ଷକ ଥିଲା। ବିଭିନ୍ନ କାମନା କୋଠି ଆଗରେ ଝାମୁନାଚ ପରିବେଷଣ ହୋଇଥିଲା। କେତେକ ଗାଁରେ ଦଣ୍ଡୁଆମାନେ ଦିନସାରା ନିର୍ଜ୍ଜଳା ଉପବାସ ରହି କେବଳ ରାତିରେ ପଣା ସାରୁଥିବାବେଳେ ଆଉ କେତେକ ଗାଁରେ ଦଣ୍ଡୁଆମାନେ ଅରୁଆ ଅନ୍ନ ସାରିଥାନ୍ତି। କେତେକ ସ୍ଥାନରେ ଏହି ଦଣ୍ଡଯାତ୍ରାକୁ ପାଣିତୋଳା ମଧ୍ୟ କହନ୍ତି। ୧୩ଭଗତକୁ ନେଇ ଚାଲିଥିବା ଦଣ୍ଡଯାତ୍ରାରେ ଠାକୁରଙ୍କ ବିଧିବିଧାନ ଅତି ନିଷ୍ଠାର ସହିତ ପାଳନ କରାଯାଇଥାଏ। ଏହି ଦଣ୍ଡଯାତ୍ରାରେ କେଉଁଠି ୨୧ ଦିନିଆ, କେଉଁଠି ୧୬, କେଉଁଠି ୧୩, କେଉଁଠି ୯, କେଉଁଠି ୭ ଦିନଧରି ପାଳନ କରାଯାଇଥାଏ। ଦଣ୍ଡଯାତ୍ରାରେ ପାଟ ଭଗତା ଓ ପାଟ ଦଣ୍ଡୁଆ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାନ୍ତି। ଯେଉଁ ଗାଁକୁ ଦଣ୍ଡଠାକୁର ମାନସିକଧାରୀଙ୍କ ଦୁଆରେ ଭୋଗ ସାରିଥାନ୍ତି ସେଠାରେ ରାତିରେ ଝାମୁନାଚ ପରିବେଷଣ ହୋଇଥାଏ। ଚଢେଇ ଚଢେୟୁଣୀ, ଫୁଲଚୋରୀ, ପରତସଉରା, ବୀଣାକାର, ଯୋଗୀଯୋଗିଆଣୀ, କେଳାକେଳୁଣୀ ଆଦି ପାରମ୍ପରିକ ନାଚରେ ପୁରପଲ୍ଲୀର ଲୋକମାନେ ରାତିସାରା ଅନିଦ୍ରା ହୋଇ ଅତି କୌତୁହଳ ସହ ନାଚ ଦେଖିଥାନ୍ତି। ଆଜି ମେରୁ ଉତ୍ସବରେ କେତେକ ସ୍ଥାନରେ ହାନ୍ଦୋଳା ହୋଇଥିବା ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲାର ଦେଉଳପଲ୍ଲୀ, ସିନ୍ଦୁରିଆ, ଦୁର୍ଗାପ୍ରସାଦ, କଂଚନବେଲି, ମାଳିସାହି, ମଶାଣିଝୋଲା, ଅଶ୍ୱସ୍ଥପଡ଼ା, ନବଘନପୁର, ନନ୍ଦିଘୋର, ବାଲୁଗାଁ, ଯଦୁପୁର, ପଞ୍ଚିରିଡ଼ା ଆଦି ବହୁ ଗ୍ରାମରେ ଏହି ଦଣ୍ଡଯାତ୍ରା ହେଉଥିବା ଦେଖିବାକୁ ମିଳିଛି। ଦଣ୍ଡଯାତ୍ରାର ଉଦ୍ୟାପନ ସମାରୋହରେ ଦେଉଳପଲ୍ଳୀ, ଦୁର୍ଗର୍ାପ୍ରସାଦ ଓ ସିନ୍ଦୁରିଆ ଗ୍ରାମର ଦଣ୍ଡଠାକୁରଙ୍କ ସହର ପରିକ୍ରମାରେ ବିଭିନ୍ନ ମେଢ ପ୍ରଦର୍ଶନୀ ସହିତ ପ୍ରସେସନ ଲୋକମାନଙ୍କ ବେଶ୍ ଉପଭୋଗ୍ୟ ହୋଇଛି। ରାସ୍ତାର ଦୁଇ କଡ଼ÿରେ ଶହ ଶହ ସଂଖ୍ୟାରେ ଦର୍ଶକ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ଠାକୁର ଦର୍ଶନ କରିବା ସହ ଆତସବାଦୀ, ରଙ୍ଗ ବେରଙ୍ଗର ଆଲୋକସଜ୍ଜା ଘଂଟା, ଘଂଟି ମାଦଳ ବାଜାରେ ଦର୍ଶକ ବିଭୋର ହେଉଥିବା ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.