Home କଳାହାଣ୍ଡି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବାକୁ ଦାବି, ମିଳୁନି ସରକାରୀ ସେବା

ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବାକୁ ଦାବି, ମିଳୁନି ସରକାରୀ ସେବା

820

କଳାହାଣ୍ଡି ୧୪-୪ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଳାହାଣ୍ଡି ଜିଲ୍ଲାର ମଟିଆ ଗ୍ରାମ ପଞ୍ଚାୟତରେ ଆଜି ସୁଦ୍ଧା ଏକ ଅଙ୍ଗନବାଡି କେନ୍ଦ୍ରଟିଏ ସ୍ଥାପନ ହୋଇ ପାରି ନ ଥିବା ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ମଟିଆ ଗ୍ରାମରେ ସାତଗୋଟି ୱାର୍ଡ ରହିଥିବା ବେଳେ ମାତ୍ର ୨ଜଣ କର୍ମୀ ରହିଥିବା ଦ୍ୱାରା ଉକ୍ତ କେନ୍ଦ୍ର ଅଧୀନରେ ସାତଟି ୱାର୍ଡ ର ଜନ ସାଧାରଣ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ତୁରନ୍ତ ଆବଶ୍ୟକ ପଦବୀ ପୂରଣ କରି ଅଙ୍ଗନବାଡି କେନ୍ଦ୍ର ସ୍ଥାପନ କରିବାକୁ ଆଦିବାସି ମହାସଂଘ ସଭାପତି ସମ୍ପତି ମାଝି ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.