Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ତୁହାକୁ ତୁହା ବିଦ୍ୟୁତ କାଟ୍‌, ଲୋକେ ଗରମରେ ଅତିଷ୍ଠ

ନୟାଗଡ଼ରେ ତୁହାକୁ ତୁହା ବିଦ୍ୟୁତ କାଟ୍‌, ଲୋକେ ଗରମରେ ଅତିଷ୍ଠ

24

ନୟାଗଡ଼, ୧ା୬ (ଓଡ଼ିଆ ପ୍ରୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ର ଗ୍ରାମାଚଂଳରେ ତୁହାକୁ ତୁହା ଅଘୋଷିତ ବିଦ୍ୟୁତ କାଟ୍‌ରେ ଲୋକେ ଗରମରେ ଅତିଷ୍ଠ ହୋଇପଡ଼ୁଥିବା ଦେଖିବାକୁ ମିଳୁଛି। କରୋନା ଲକ୍‌ଡାଉନରେ ଲୋକେ ଘରେ ଆବଦ୍ଧ ହୋଇ ରହିବାକୁ ଚାହୁଁଥିଲା ବେଳେ ବିଦ୍ୟୁତର ଲୁଚକାଲି ଖେଳ ଲୋକଙ୍କୁ କଲବଲ କରି ପକାଉଛି। ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ ଲୋକମାନେ ଅସନ୍ତୋଷ ପ୍ରକଟ କରୁଥିବାବେଳେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ପ୍ରତିକାର ନଥିବା ଅଭିଯୋଗ ହେଉଛି। ସାମାନ୍ୟ ପବନ ହେଲେ ବିଦ୍ୟୁତ କାଟ୍ କରାଯାଉଥିବାବେଳେ ପ୍ରାୟ ସମୟ ଦ୍ୱିପ୍ରହରେ ବିଦ୍ୟୁତ କାଟ୍ କରାଯାଉଥିବାରୁ ଲୋକମାନେ ବେଶୀ ଅତିଷ୍ଠ ହୋଇପଡ଼ୁଥିବା ଅଭିଯୋଗ ହେଉଛି। ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.