Home ଓଡ଼ିଶା  ନୟାଗଡ଼ରେ କୋଭିଡ-୧୯ ଟେଷ୍ଟିଂ

 ନୟାଗଡ଼ରେ କୋଭିଡ-୧୯ ଟେଷ୍ଟିଂ

100

ନୟାଗଡ଼, ୧୧ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ରାଜ୍ୟ ସରକାର ସବୁ ଜିଲାରେ କୋଭିଡ୍‌-୧୯ ଟେଷ୍ଟିଂ କରିବା ପାଇଁ ନିଷ୍ପତି ଗ୍ରହଣ କରିଥିବା ପରିପ୍ରେକ୍ଷିରେ ନୟାଗଡ଼ରେ ମଧ୍ୟ କୋଭିଡ୍ ଟେଷ୍ଟିଂ କରିବା ପାଇଁ ସବୁ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ, ମଳ, ମୂତ୍ର, ଡାୟଲିସିସ୍‌, ମଧୁମେହ, ମ୍ୟାଲେରିଆ ଆଦି ପରୀକ୍ଷା ହେଉଥିବା ଉପର ମହଲାରେ ଏହି କୋଭିଡ୍ ଟେଷ୍ଟିଂ ଲବୋରେଟୋରି ହୋଇଛି। ହେଲେ ଏହି ଉପରମହଲାକୁ ଯିବାପାଇଁ ଗୋଟିଏ ବାଟ ହୋଇଥିବାରୁ ଏହି ରାସ୍ତାରେ ରକ୍ତ, ମଳ, ମୂତ୍ର, ଡାଏଲିସିସ୍ ଆଦି ପରୀକ୍ଷା କରିବାକୁ ଯାଉଥିବା ରୋଗୀ ଓ କୋଭିଡ୍ ଟେଷ୍ଟ କରିବାକୁ ଯିବାକୁ ଥିବା ରୋଗୀ ଉଭୟେ ଏକାଠି ହେବାକୁ ଥିବାରୁ କରୋନା ସଂକ୍ରମଣ ନେଇ ଭୟ ଘାରିଛି। ତେଣୁ ଅନ୍ୟତ୍ର କୋଭିଡ -୧୯ ଟେଷ୍ଟିଂ ଲାବୋରେଟୋରୀ କରିବା ପାଇଁ ଜନସାଧାରଣଙ୍କ ତରଫରୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.