Home ଓଡ଼ିଶା ନୟାଗଡ଼ରେ ୩୭ ନୂଆ ସଂକ୍ରମଣ, ସୁସ୍ଥ ୧୮, ନୟାଗଡ଼ ସହରର ୱାର୍ଡ ନଂ ୬କୁ କଂଟେନ୍‌ମେଂଟ...

ନୟାଗଡ଼ରେ ୩୭ ନୂଆ ସଂକ୍ରମଣ, ସୁସ୍ଥ ୧୮, ନୟାଗଡ଼ ସହରର ୱାର୍ଡ ନଂ ୬କୁ କଂଟେନ୍‌ମେଂଟ ଜୋନ ଘୋଷଣା

71

ନୟାଗଡ଼, ୧୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ପୁଣି ନୂଆ ୩୭ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଓଡ଼ଗାଁ ବ୍ଳକରୁ ୧୮ଜଣ ଚିହ୍ନଟ ହୋଇଥିବାବେଳେ ନୟାଗଡ଼ ଓ ଏହାର ଆଖ ପାଖ ଅଂଚଳରୁ ୧୫ଜଣ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ସହରର ଅବସ୍ଥା ଦିନକୁ ଦିନ ସଙ୍ଗୀନ ହୋଇପଡ଼ିଛି। ଜିଲାପାଳ ଡ-ପୋମା ଟୁଡୁ ପୌରାଚଂଳର ୱାର୍ଡ଼ ୬ର ଏମ୍ ଆଇ କଲୋନୀ ଓ ବଳରାମସାହିକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଛନ୍ତି। ଏହି ସାହିରେ କରୋନା ସଂକ୍ରମଣ ଅଧିକ ଆଶଙ୍କା ଥିବାରୁ ଜିଲାପାଳ ଏପରି ବ୍ୟବସ୍ଥା ଗ୍ରହଣ କରିଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଦଶପଲା ବ୍ଳକ ସରିଗଣ୍ଡା ପଂଚାୟତର ବନ୍ଧୁଗାଁ ଦଳିତସାହିକୁ ଜିଲାପାଳ କଂଟେନମେଂଟ ଜୋନ ଘୋଷଣା କରିଛନ୍ତି। ଶନିବାର କରୋନା ସୁସ୍ଥଙ୍କ ସଂଖ୍ୟା ୧୮ହୋଇଥିବାବେଳେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୮୨ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.