Home Top News ନୟାଗଡ଼ଜିଲ୍ଳା ପାଇଁ ଆଉ ଏକ ସୁଯୋଗ ଗୋପାଳପୁର-ତାଳଚେର ରେଳପଥ

ନୟାଗଡ଼ଜିଲ୍ଳା ପାଇଁ ଆଉ ଏକ ସୁଯୋଗ ଗୋପାଳପୁର-ତାଳଚେର ରେଳପଥ

125

ନୟାଗଡ଼, ୨୫ା୭ (ଓଡ଼ିଆ ପୁଅ) : ତାଳଚେର-ଗୋପାଳପୁର ରେଳପଥର ତୃତୀୟ ସର୍ଭେ ପୁର୍ତ୍ତି ୨୫ ବର୍ଷ ବିତିଯାଇଥିବାବେଳେ ଏଥିପାଇଁ ରେଳବିଭାଗ ଫାଇନାଲ ଲୋକେସନ୍ ସର୍ଭେ କାର୍ଯ୍ୟ ପାଇଁ ଅନୁମତି ଦେଇଥିବାରୁ ନୟାଗଡ଼ ଦେଇ ଆଉ ଏକ ନୂଆ ରେଳପଥ ଯିବାକୁ ଥିବାରୁ ଜିଲ୍ଲାବାସୀଙ୍କ ମନରେ ନୂଆ ଉତ୍ସାହ ଦେଖାଦେଇଛି। ରେଳବୋର୍ଡ଼ର ଅନୁମତି ପରେ ବହୁ ପ୍ରତୀକ୍ଷିତ ତାଳଚେର-ଗୋପାଳପୁର ରେଳପଥ ପ୍ରକଳ୍ପ କାର୍ଯ୍ୟକ।।ରୀ ପାଇଁ ବାଟ ଫିଟିଥିବା ଆଲୋଚନା ହେଉଛି। ଏହି ରେଳପଥ ପାଇଁ ଫାଇନାଲ ଲୋକେସନ ସର୍ଭେ ସମାପ୍ତ କରି ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାକୁ ଜୋନାଲ୍ ରେଲୱେ (ଇ୍ମୃକୋଷ୍ଟ) କାର୍ଯ୍ୟାଳୟକୁ ପରାମର୍ଶ ଦିଆଯାଇଛି। ଓଡ଼ିଶାର ଏକତା ଓ ସଂହତି ପାଇଁ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ଓ ତାଳଚେର-ଗୋପାଳପୁର ରେଳପଥ ଏକ ଉତ୍ତମ ଭିତ୍ତିଭୂମି ସୃଷ୍ଟି କରିବ ବୋଲି ଜିଲ୍ଲାବାସୀ ଆଶାବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୯୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରେଳପଥ ପାଇଁ ଜନନାୟକ ବିଜୁ ପଟ୍ଟନାୟକ ୧୯୯୦ରେ ପରିକଳ୍ପନା କରିଥିଲାବେଳେ ଏହି ରେଳପଥ ହେଲେ ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ଓ ଗଂଜାମ ଜିଲ୍ଲାର ସାମାଜିକ, ଅର୍ଥନୈତିକ ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସମନ୍ୱିତ ତାଳଚେରରୁ ସିଧାସଳଖ ଗୋପାଳପୁରକୁ କୋଇଲା ଆସିପାରିବ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ବିଜୁ ପଟ୍ଟନାୟକ ପ୍ରସ୍ତାବ ରଖିଥିଲେ। ଏପରି ପ୍ରସ୍ତାବକୁ ସେତେବେଳେ କେନ୍ଦ୍ର ସରକାର ଗ୍ରହଣ କରିଥିଲାବେଳେ ଗୋପାଳପୁର-ତାଳଚେର ବ୍ରଡଗେଜ୍ ରେଳପଥ ନିର୍ମାଣ ପାଇଁ ଆଗ୍ରହ ଦେଖାଇଥିଲେ। ପରେ ଏହି ପ୍ରସ୍ତାବିତ ରେଳପଥର କାର୍ଯ୍ୟ ତ୍ୱରାନ୍ନିତ ପାଇଁ ୧୯୯୦, ୧୯୯୬ ଓ ୨୦୦୩ ମସିହାରେ ସର୍ଭେମାନ କରାଯାଇଥିଲେ ମଧ୍ୟ ଫାଇନାଲ ଲୋକେସନ୍ ସର୍ଭେ କାର୍ଯ୍ୟ କରିବାରେ ମନ୍ଥରତା ଦେଖାଦେଇଥିଲା। ଯାହାକି ବିଭିନ୍ନ ସଂଗଠନ ପକ୍ଷରୁ ତତ୍କାଳୀନ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ମାଧ୍ୟମରେ ଦାବିପତ୍ର ଦିଆଯାଇଥିଲା। ଏହି ରେଳପଥ ଗୋପାଳପୁର ଠାରୁ ଆରମ୍ଭ ହୋଇ ବ୍ରହ୍ମପୁର, କକୁଡ଼ାଖଣ୍ଡି, ହିଂଜିଳିକାଟୁ, ଧବଳପୁର, ଆସିକା, ସୁବଳିଆ, ବାଲିପଦର, ବୁଗଡ଼ା, କରଚୁଲି, ବନ୍ତପୁର, ଶରଣକୁଳ, ନୟାଗଡ଼, ଖଣ୍ଡପଡ଼ା, କଂଟିଲୋ, ବଡ଼ମ୍ବା, ନୂଆପାଟଣା, ଗୋବିନ୍ଦପୁର, ରସୋଲ, ମଇଧରପୁର, ଟାକୁଆ ହୋଇ ଅନୁଗୁଳ ଷ୍ଟେସନକୁ ସଂଯୋଗ କରିବାର ପ୍ରସ୍ତାବ ରହିଥିବା ଜଣାପଡ଼ିଛି। ଏପରି ପ୍ରସ୍ତାବକୁ ସେତେବେଳେ କେନ୍ଦ୍ର ସରକାର ଗ୍ରହଣ କରିଥିଲାବେଳେ ଗୋପାଳପୁର-ତାଳଚେର ବ୍ରଡଗେଜ୍ ରେଳପଥ ନିର୍ମାଣ ପାଇଁ ଆଗ୍ରହ ଦେଖାଇଥିଲେ। ତେବେ ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି ଏହି ନୂତନ ରେଳପଥ ପାଇଁ ଫାଇନାଲ ଲୋକେସନ ସର୍ଭେ କରିବା ନିମନ୍ତେ ୨୦୨୧-୨୨ରେ ମଂଜୁରି କରି ଏହି ରେଳପଥ ପାଇଁ ଏହାର ପ୍ରାଥମିକ ବଜେଟ୍‌ରେ ୫୦୨୨, ୬୪ କୋଟି ରଖାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.