Home ଓଡ଼ିଶା ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଶେଷ

ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ସମିତି ବୈଠକ ଶାନ୍ତିପୂର୍ଣ୍ଣ ଭାବରେ ଶେଷ

24

ନୟାଗଡ/୧୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର‌୍ୟ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ର ସମିତି ବୈଠକ ମାର୍ଚ୍ଚ ୧୨ ତାରିଖ ରଣପୁର ବ୍ଲକ ସମ୍ମିଲନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକ ରେ ଗ୍ରାମପଞ୍ଚାୟତ ଗୁଡିକ ରେ ଶିକ୍ଷା , ସ୍ୱାସ୍ଥ୍ୟ , ପାନୀୟ ଜଳ ଯୋଗାଣ , ମନରେଗା ଯୋଜନା କାର‌୍ୟ୍ୟକାରୀ କରିବା ଆଦି ଅନେକ ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ରଣପୁର ବି.ଡି.ଓ ପଞ୍ଚାନନ ପଟ୍ଟାୟତ ,ବ୍ଲକ ଅଧ୍ୟକ୍ଷା ନିରୂପମା ପ୍ରଧାନ , ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକ , ବିଧାୟକ ଙ୍କ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ସାଂସଦ ପ୍ରତିନିଧି ‌ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ , ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଓ ବ୍ଲକ ର ସବୁ ଗ୍ରାମ ପଞ୍ଚାୟତ ସରପଞ୍ଚ , ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ ।

 

 

 

ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୂପମା ବିଶ୍ୱାଳ ତାଙ୍କ ପଞ୍ଚାୟତ ରେ ଆବାସ ଯୋଜନା ସଠିକ୍ କାର‌୍ୟ୍ୟକାରୀ କରାଯାଉ ନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ନରସିଂହପୁର ସରପଞ୍ଚ ନିତ୍ୟାନନ୍ଦ ପାରିଡା ମଣ୍ଡି ମାନଙ୍କରୁ ଧାନ ନ ଉଠିବା ଚାଷୀ ହଇରାଣ ହରକତ ହେବା ପ୍ରଶ୍ନ ଉଠାଇଥିଲେ । ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେବାପାଇଁ ଚିଠି ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ଓ ବିଦ୍ୟୁତ୍ ଯୋଗାଣ ବିଭାଗ ଅଧିକାରୀ ଯୋଗ ଦେଇ ନଥିବାରୁ ବୈଠକ ରେ ଅଶନ୍ତୋଷ ପ୍ରକାଶ ପାଇଥିଲା । ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ କୁମାର ନାୟକ କୁହନ୍ତି ଯେ ରଣପୁର ବ୍ଲକ ସମିତି ବୈଠକ ମନଇଚ୍ଛା ରେ ଚାଲିଛି । ଯାହା ପ୍ରସ୍ତାବ ଓ ଆଲୋଚନା ହେଉଛି ତାହା ଲିପିବଦ୍ଧ କରାଯାଉନାହିଁ । ତେଣୁ କେତେକ ସରପଞ୍ଚ  ସମିତିସଭ୍ୟ ସମିତି ବୈଠକୁ ଆସିବା ପାଇଁ ଇଚ୍ଛା ପ୍ରକାଶ କରୁନାହାଁନ୍ତି । ପରି ଶେଷରେ ଶାନ୍ତିପୂର୍ଣ୍ଣ ଭାବରେ ସମିତି ବୈଠକ ସମାପ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.