Home ଜିଲ୍ଲା ପରିକ୍ରମା ନ୍ୟାୟ ଯାତ୍ରାକୁ ପୂରିଲା ୫୦ ଦିନ –  ଚାଷୀ ସମସ୍ୟା ନେଇ ସରକାରଙ୍କ ଖିଆଲ ରହୁନି...

ନ୍ୟାୟ ଯାତ୍ରାକୁ ପୂରିଲା ୫୦ ଦିନ –  ଚାଷୀ ସମସ୍ୟା ନେଇ ସରକାରଙ୍କ ଖିଆଲ ରହୁନି – ଶେଷଦେବ

127

ନୟାଗଡ଼ ୧୩-୩ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଗୋଟେ କୃଷିପ୍ରଧାନ ଦେଶରେ ଓ କୃଷି ପ୍ରଧାନ ରାଜ୍ୟରେ ଚାଷୀ ଯେତେ ଗୁରୁତ୍ୱ ପାଇବା କଥା ତା’ଠାରୁ ବେଶୀ ଅତ୍ୟାଚାରିତ ହେଉଛି। ନିଜ ଦେଶରେ ଚାଷୀମାନେ ଦ୍ୱିତୀୟ ଶ୍ରେଣୀ ନାଗରିକ ପରି ବ୍ୟବହାରର ଶିକାର ହୋଇଛନ୍ତି। କିନ୍ତୁ ବାହାରେ ନେତା ଅମଲାମାନେ ଫେସନ୍ କରି ଚାଷୀ ସପକ୍ଷରେ ବହୁତ କାମ ହେଉଛି ବୋଲି ପ୍ରଚାର କରୁଛନ୍ତି। ଉଦାହରଣ ସ୍ୱରୂପ ଚାଷୀକୁ ଯଦି କେବେ ଋଣ ଛାଡ଼ କିମ୍ବା ପ୍ରୋତ୍ସାହନ ଦିଆଯାଉଛି ତେବେ ତାହାକୁ ତୁହାଇ ତୁହାଇ ଭାବେ ଗଚ୍ଚମାଧ୍ୟମରେ ପ୍ରଚାର କରାଯାଉଛି। କିନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲେ କର୍ପୋରେଟମାନଙ୍କୁ ପ୍ରୋତ୍ସାହନ ଦିଆଗଲେ ସେକଥାର ଆଦୌ ପ୍ରଚାର ହେଉନାହିଁ। ବନ୍ୟା ବାତ୍ୟାରେ ଚାଷୀ ଚାଷ କ୍ଷତିଗ୍ରସ୍ତ ହେଲେ ତା’ର ଯେତେ ଗୁରୁତ୍ୱ ଦିଆନଯାଉଛି କୋଠାବାଡି ମରାମତି ନାଁରେ ବେଶୀ ଅର୍ଥ ଖର୍ଚ୍ଚ କରାଯାଉଛି। ଚଳିତ ଫନି ବାତ୍ୟା ପରେ ପଦଯାତ୍ରା ସମୟରେ ଯେଭଳି ଚାଷୀଙ୍କ ଘରଦ୍ୱାର ଉଜୁଡ଼ି ଯାଇଛି ସେମାନଙ୍କୁ କ୍ଷତିପୂରଣ ଦିଆନଯାଇ ପଞ୍ଚାୟତ ଅଫିସ, ଅଙ୍ଗନୱାଡି ଯେଭଳି ମରାମତି ହେଉଛି ସେଥିରୁ ଆମ ଦେଶୀ ଶାସନ କେତେ ଲୋକ ବିରୋଧୀ ତା’ର ସାଂଘାତିକ ଚିତ୍ର ଧରାପଡ଼ିଯାଉଛି। ବନ୍ୟା ବାତ୍ୟାରେ ଯଦି ଲୋକଙ୍କ ଚାଳ ଘର ନ ଭାଙ୍ଗିଲା ତେବେ ସରକାରୀ ଅଫିସ୍ କିଭଳି କ୍ଷୟକ୍ଷତି ହେଲା ବୋଲି ଶ୍ରୀ ଶେଷଦେବ ନନ୍ଦ ପ୍ରଶ୍ନ ଉଙ୍ଖାଇଛନ୍ତି। ଫନି ମରାମତି ନାଁରେ ସରକାରୀ ଅଫିସର ମରାମତି ପାଇଁ ଆସିଥିବା କୋଟି କୋଟି ଟଙ୍କାର ଆଜି ନ୍ୟାୟଯାତ୍ରାକୁ ୫୦ ଦିନ ପୂର୍ତ୍ତ ଅବସରରେ ଶ୍ରୀ ନନ୍ଦ ଶୁକଳ ଗାଁରେ ଯୁବକମାନଙ୍କ ସହ ମିଶି ଦଳ ସଫେଇ କାର୍ଯ୍ୟ ସାଙ୍ଗକୁ ପିଟ୍ ଖୋଳି ଦଳକୁ କମ୍ପୋଷ୍ଟ ପାଇଁ ପକାଇଛନ୍ତି। ସେହିଭଳି ସକାଳେ କଲେଜ ଛାତ୍ରଙ୍କ ସହ ଭାବର ଆଦାନ ପ୍ରଦାନ କରି ଖରାଛୁଟିରେ ଜନ ସଚେତନତା ପାଇଁ ଆହ୍ୱାନ ଦେଇଥିଲେ।

ଆଜିର ପଦଯାତ୍ରାରେ ସ୍ଥାନୀୟ ନେତୃତ୍ୱ ଶଚିକାନ୍ତ ବରାଳ, ଆଜି ପଦଯାତ୍ରାରେ ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗାନ୍ଧିବାଦୀ ନେତା ବଂଶୀଧର ପଟ୍ଟନାୟକ, ପ୍ରମୋଦ ଦାସ, ଗୌରାଙ୍ଗ ଜେନା, ରାଜ୍ୟ କମିଟି ସଭ୍ୟ ସୁରେନ୍ଦ୍ର ନାଥ ମହାରଣା, ପଦଯାତ୍ରୀ ଭାଗବତ ପରିଡା, ବାଉରିବନ୍ଧୁ ବେହେରା, ନିରଞ୍ଜନ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.