Home ଜିଲ୍ଲା ପରିକ୍ରମା ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଲେ ବ୍ୟଙ୍ଗ ସାହିତ୍ୟର ସୃଷ୍ଟି ହୁଏ

ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଲେ ବ୍ୟଙ୍ଗ ସାହିତ୍ୟର ସୃଷ୍ଟି ହୁଏ

97

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବି ଏକ ଅମାନିଆ ସ୍ରୋତ ଓ ଈଶ୍ୱରଙ୍କ ସହିତ କବିକୁ ହିଁ ତୁଳନା କରାଯାଇ ପାରେ ବୋଲି ଶ୍ରୀମତୀ ବସନ୍ତ ମିଶ୍ରଙ୍କ ସମ୍ପାଦନାରେ ପ୍ରକାଶିତ ହାସ୍ୟ ଓ ବ୍ୟଙ୍ଗ ଧର୍ମୀ ପତ୍ରିକା ଆମ ବ୍ୟଙ୍ଗ ପସରାର ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆମ ବ୍ୟଙ୍ଗ ପସରାର ଉନ୍ମୋଚନ ସହିତ ଶ୍ରୀମତୀ ବସନ୍ତ ମିଶ୍ରଙ୍କର ଗୀତି କବିତା ସଂକଳନ ‘ଚଇତି ସକାଳ’ ଓ ଗଳ୍ପ ସଂକଳନ ‘ସୂର୍ଯ୍ୟାସ୍ତର ଆଭା’ ଉନ୍ମୋଚିତ ହୋଇଥିଲା । ଧାମନଗରର ମାନ୍ୟବର ବିଧାୟକ ବିଷ୍ଣୁ ସେଠୀଙ୍କ ବାସ ଭବନ ପରିସରରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, କବିତା ରଚନାରେ କବିଙ୍କର ବୟସ ବାଧକ ନୁହେଁ । ସମ୍ମାନିତ ବକ୍ତା ଓ ସମ୍ବର୍ଦ୍ଧିତ ପ୍ରତିଭା ସାହିତ୍ୟ ଏକାଡେମୀ ସଦସ୍ୟ କଥାକାର ପବିତ୍ର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ଶ୍ରୀମତୀ ମିଶ୍ରଙ୍କ ଗଳ୍ପରେ ଅନୁଭବ ସହିତ କଳ୍ପନା ମିଶି ରହିଛି ବୋଲି କହିଥିବା ବେଳେ ମୁଖ୍ୟବକ୍ତା ଧାମନଗରର ମାନ୍ୟବର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଯୋଗ ଦେଇ କହିଥିଲେ ଯେ କବିତା ଲେଖୁଥିବା ମଣିଷଟି ଜଣେ ନିଆରା ମଣିଷ ଏବଂ କବିଟିଏ ମଧ୍ୟ ମା ।

ମା’ ଠାରୁ ବିଶ୍ୱରେ ବଡ଼ କବି ନାହାନ୍ତି । ରାଜନୈତିକ, ସାମାଜିକ, ନୈତିକ ମୂଲ୍ୟବୋଧର ଅବକ୍ଷୟ ହେଲେ ବ୍ୟଙ୍ଗ ସାହିତ୍ୟର ସୃଷ୍ଟି ହୁଏ ବୋଲି ଶ୍ରୀଯୁକ୍ତ ସେଠୀ ପ୍ରକାଶ କରିଥିଲେ । କବି ଚିରକାଳ ଛଳଛଳ ଅବସ୍ଥାରେ ଥାଏ ବୋଲି ‘ଚଇତି ସକାଳ’ ଗୀତି କବିତା ବହିର ସମୀକ୍ଷା କରି ପୀତାମ୍ବର ମିଶ୍ର ମତପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ପଣ୍ଡିତ ଦୈତ୍ୟାରି ମହାପାତ୍ର ଶହେ ପୁରୁଷ ଯାହା ନ କରିପାରନ୍ତି ଜଣେ ନାରୀ କିନ୍ତୁ ତାହା ସମ୍ଭବ କରିପାରେ ବୋଲି କହିଥିଲେ । ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ବିଜୟ କୁମାର ବହଳୀ ବ୍ୟଙ୍ଗ ସାହିତ୍ୟ ମଣିଷର ଚାରିତ୍ରିକ ସୁଧାର ଆଣିଥାଏ ବୋଲି ମତ ରଖିଥିଲେ । ଅତିଥିମାନଙ୍କୁ ସୁଶ୍ରୀ ପ୍ରୀତିଲତା ପଣ୍ଡା ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଗୌତମ ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ସାଇ କଳ୍ପିତା ବେଦପାଠ କରିଥିବା ବେଳେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ରଶ୍ମିତା ପାଣିଗ୍ରାହୀ । ସମ୍ବର୍ଦ୍ଧିତ ପ୍ରତିଭା ପିବତ୍ର ପାଣିଗ୍ରାହୀଙ୍କ ଉଦ୍ଦେଶ୍ୟରେ ମାନପତ୍ର ଗୀତାରାଣୀ ଆଇଚ ପାଠ କରିଥିବା ବେଳେ ଅନ୍ୟତମ ସମ୍ବର୍ଦ୍ଧିତ ପ୍ରତିଭା ବିଜୟ କୁମାର ବହଳୀଙ୍କ ଉଦ୍ଦେଶ୍ୟରେ ଶରତ କୁମାର ନାୟକ ମାନପତ୍ର ପାଠ କରିଥିଲେ । ଡ. ପ୍ରଭାତ ନଳିନୀ ମହାପାତ୍ର, ନିର୍ମଳ ରାଉତ, ଚୈତାଳୀ ଖିଲାର, ଚିନ୍ମୟୀ ବଳ ସଭା ପରିଚାଳନା କରିଥିଲେ । ଗୋଲକ ବିହାରୀ ସାହୁଙ୍କ ପୌରୋହିତ୍ୟ କରି ସାହିତ୍ୟ ଅନ୍ତର୍ଦାହର କଥା କହେ ବୋଲି ମତ ରଖିଥିଲେ । ଅନୁଷ୍ଠିତ ସଭାରେ ଶାନ୍ତନୁ କୁମାର ରାଉତ, କିଶୋର ପାଣିଗ୍ରାହୀ, ଉର୍ମିଳା ପାଣିଗ୍ରାହୀ, ଗୟାଧର ପଣ୍ଡା, ରାମଚନ୍ଦ୍ର ପଣ୍ଡା, ପ୍ରଭାତ ଜେନା, ଗଙ୍ଗାଧର ପତି, ମୀନତୀ ନାୟକ, ସଂଘମିତ୍ରା ବଳ, ସଞ୍ଜୟ କୁମାର ଦାସ ପ୍ରମୁଖ କବି କବୟିତ୍ରୀମାନେ ଯୋଗ ଦେଇଥିବା ବେଳେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.