Home ଜିଲ୍ଲା ପରିକ୍ରମା ‘ନେସ୍କୋ’ସହ ଆଲୋଚନା ବିଫଳ: ୨୨ରେ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ନିଶ୍ଚିତ

‘ନେସ୍କୋ’ସହ ଆଲୋଚନା ବିଫଳ: ୨୨ରେ ମୁଖ୍ୟ କାର୍ଯ୍ୟାଳୟ ଘେରାଓ ନିଶ୍ଚିତ

14

ବାଲେଶ୍ୱର, ୧୯ା୧୨(ଓଡ଼ିଆ ପୁଅ/ଅଭୟ ଦାସ) : ଆସନ୍ତା ୨୨ ତାରିଖର ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଶ୍ରମିକନେତାଙ୍କୁ ଆଲୋଚନାକୁ ବୈଠକକୁ ଆମନ୍ତ୍ରଣ କରି ନେସ୍କୋ ମୁଖ୍ୟ ପ୍ରାଧିକୃତ ଅଧିକାରୀ (ଏ.ଓ.) ଉପସ୍ଥିତ ନରହିବାରୁ ଶ୍ରମିକ କର୍ମଚାରୀ ସମନ୍ୱୟ ସମିତି ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବୈଠକରେ ଉପସ୍ଥିତ ପଦାଧିକାରୀମାନେ ଦାବିପୂରଣ ଦିଗରେ କୌଣସି ନିଷ୍ପତି ନେଇପାରିବେ ନାହିଁ ବୋଲି ଅସହାୟତା ପ୍ରକାଶ କରିଥିଲେ। ନେସ୍କୋର ମୁଖ୍ୟ (ଏ.ଓ.) ଇଂ. ସବ୍ୟସାଚୀ ପାଢ଼ି ଅଣଦେଖା କରୁଥିବା ଓ ଆସନ୍ତା ୨୨ ତାରିଖରୁ ପ୍ରସ୍ତାବିତ ଗଣତାନ୍ତ୍ରିକ ଆନ୍ଦୋଳନକୁ ଉପହାସ କରୁଥିବାରୁ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଗଠନର କର୍ମକର୍ତ୍ତା ତାରାକାନ୍ତ ପଟ୍ଟନାୟକ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି। ଶ୍ରମିକ ସଂଘମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନକୁ ଓ ପ୍ରଚଳିତ ଶ୍ରମ ଆଇନକୁ ଉଲ୍ଲଂଘନ କରୁଥିବା ନେସ୍କୋ କର୍ତ୍ତୃପକ୍ଷଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଆସନ୍ତା ୨୨ ତାରିଖ ଦିନ ୧୦ଟା ବେଳେ ନେସ୍କୋ ମୁଖ୍ୟ ଦପ୍ତର ସମ୍ମୁଖରେ ୫ଟି ଜିଲାର ସମସ୍ତ ଶ୍ରମିକ କର୍ମଚାରୀ ସମବେତ ହେବାକୁ ସମନ୍ୱୟ ସମିତି ତରଫରୁ ଆହ୍ୱାନ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.