Home ଜିଲ୍ଲା ପରିକ୍ରମା ନୃତ୍ୟ ଚନ୍ଦ୍ରିକା କଲଚରାଲ ଏକାଡେମୀ ଉଦ୍‌ଘାଟିତ

ନୃତ୍ୟ ଚନ୍ଦ୍ରିକା କଲଚରାଲ ଏକାଡେମୀ ଉଦ୍‌ଘାଟିତ

92

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୃତ୍ୟ ଚନ୍ଦ୍ରିକା ଫାଉଣ୍ଡେସନ, ଭୁବନେଶ୍ୱର ଆନୁକୂଲ୍ୟରେ ଭଦ୍ରକ ସହର ମୋଟେଲ ଛକସ୍ଥିତ କଳ୍ପନାଦେବୀ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ପରିସରରେ ନୃତ୍ୟ ଚନ୍ଦ୍ରିକା କଲଚରାଲ ଏକାଡେମୀ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଷ୍ଠାତା ତଥା ସଭାପତି ପଣ୍ଡିତ ଦୈତ୍ୟାରି ମହାପାତ୍ର ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ଉତ୍ସବରେ ଇଂ ଅଭୟ ସୂତାର ଉଦ୍‌ଘାଟକ, ଅଧ୍ୟାପକ ନିହାର ରଂଜନ କର ମୁଖ୍ୟ ଅତିଥି, କଳ୍ପନାଦେବୀ ଯୁକ୍ତ ଦୁଇ ମହାବିଦ୍ୟାଳୟର ନିର୍ଦ୍ଦେଶକ ଆଡଭୋକେଟ୍ ମହେଶ ଚନ୍ଦ୍ର ରାୟ ବିଶିଷ୍ଟ ଅତିଥି, ଆଦର୍ଶ ଶିକ୍ଷକ ଶରତ ଚନ୍ଦ୍ର ଜେନା, ସ୍ୱତନ୍ତ୍ର ଅତିଥି ଆଦର୍ଶ ଶିକ୍ଷକ ସୁକୁମାର ପାଣିଗ୍ରାହୀ ମୁଖ୍ୟବକ୍ତା, ଶିକ୍ଷା ସଂସ୍କାରିକା ରଶ୍ମିତା ଦାଶ, ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ପ୍ରମୋଦ ରାୟ, ସମାଜସେବୀ ଗୀତାଞ୍ଜଳି ଜେନା, ଅଧ୍ୟାପକ ଗୌରାଙ୍ଗ ପେରେଇ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତି ଐତିହ୍ୟ, ଲୋକକଳା, ଲଳିତକଳା ବିଶ୍ୱରେ ବିରଳ । ଏହି ଏକାଡେମୀରେ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀମାନେ ଗୁରୁ-ଶିଷ୍ୟ ପରମ୍ପରା ରକ୍ଷା କରି ଉତ୍କଳର ଏହି ଉତ୍କର୍ଷ କଳାର ସଂରକ୍ଷଣ ପ୍ରଚାର ପ୍ରସାର କରିବା ଦିଗରେ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବେ । ଭଦ୍ରକ ତଥା ପଡେଶୀ ଜିଲାରେ ଏହିଭଳି ସାଂସ୍କୃତିକ ବିଦ୍ୟାଳୟ ନଥିବାରୁ ଏହା ନିଶ୍ଚିତ ଭାବେ ସଂସ୍କୃତି ସଂପନ୍ନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅତ୍ୟନ୍ତ ଉପାଦେୟ ବୋଲି ନିଜ ନିଜ ବକ୍ତବ୍ୟରେ ମତପ୍ରକାଶ କରିଥିଲେ । ଏହି ଉତ୍ସବରେ ସଂଗଠନର ସଂପାଦକ ତଥା ଏକାଡେମୀର ନିର୍ଦ୍ଦେଶକ ପ୍ରଭାତ କୁମାର ମହାଲିକ ସଂପାଦକୀୟ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ସଂଗଠନର କର୍ମକର୍ତ୍ତା ପୂର୍ଣ୍ଣିମା ଦାସ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏବଂ ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମାଜସେବୀ କଳ୍ପନାଦେବୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ଆଡଭୋକେଟ୍ ମହେଶ ଚନ୍ଦ୍ର ରାୟଙ୍କୁ ଓଡ଼ିଶା ରାଜ୍ୟ ପୂଜ୍ୟପୂଜା ପରିଷଦ ଆନୁକୂଲ୍ୟରେ ମାଟିର ମହକ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.