Home କୋରାପୁଟ ଓଡିଶା ମୋ ପରିବାର , ପୋଲିସ ଓ ପ୍ରଶାସନର ସହାୟତାରେ ମହିଳାଙ୍କ ଶବ ସତ୍କାର

ଓଡିଶା ମୋ ପରିବାର , ପୋଲିସ ଓ ପ୍ରଶାସନର ସହାୟତାରେ ମହିଳାଙ୍କ ଶବ ସତ୍କାର

39

କୋରାପୁଟ ୨୨-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସୁନିତା ନାଗ ଜଣେ ମହିଳା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।ତାଙ୍କର ନିଜ ଘର ମାଲାକାନଗିରି ଜିଲ୍ଲାରେ ହୋଇଥିବା ବେଳେ କୋରାପୁଟ ବ୍ଲକର ପଦ୍ମପୁର ପଂଚାୟତର ପଣସପୁଟରେ ରହି ଶ୍ରମିକଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ ।ସୁନୀତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଶବ ସତ୍କାର ପାଇଁ ସକ୍ଷମ ନ ଥିବା ଯୋଗୂଁ ହତାଶ ହୋଇ ହସପିଟାଲ ପରିସରରେ ବସି ରହିଥିଲେ ।ଓଡିଶା ମୋ ପରିବାର ସଂଯୋଜକ ବୈକୁଣ୍ଠ ମଣ୍ଡଳ ଜାଣିବା ପରେ ହସପିଟାଲ ବିଟହାଉସର ଅଧିକାରୀ ମହେଶ ପାଇକ, ହସପିଟାଲ ମ୍ୟାନେଜର ଶୁଭେନ୍ଦୁ ପଣ୍ଡା ଓ ଜିଲ୍ଲା ଜରୁରୀକାଳୀନ ବିଭାଗର  ଉପବିଭାଗୀୟ ଅଧିକାରୀ ପି.କେ.ସାମଲ ସହ ପ୍ରମୁଖଙ୍କ  ସହ ମହିଳାଙ୍କ ଶବସତ୍କାର ନିମନ୍ତେ ଆଲୋଚନା କରିଥିଲେ ।ସମସ୍ତଙ୍କ ସହୟତାରେ କୋରାପୁଟ ସ୍ୱର୍ଗଦ୍ୱାରରେ ମହିଳାଙ୍କ ଶବକୁ ତାଙ୍କ ପରମ୍ପରା ଅନୁଯାୟୀ ଅନ୍ତିମ ସତ୍କାର  କରାଯାଇଥିବା ଓଡିଶା ମୋ ପରିବାରର ସଂଯୋଜକ ଶ୍ରୀ ମଣ୍ଡଳ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.