Home ଜିଲ୍ଲା ପରିକ୍ରମା ନୂତନ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ ଓ ବର୍ଷାଜଳ ନିଷ୍କାସନ ଉନ୍ନତିକରଣ-ପକ୍କାନାଳ ନିର୍ମାଣର ଶିଳାନ୍ୟାସ

ନୂତନ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ ଓ ବର୍ଷାଜଳ ନିଷ୍କାସନ ଉନ୍ନତିକରଣ-ପକ୍କାନାଳ ନିର୍ମାଣର ଶିଳାନ୍ୟାସ

54

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର କୁଆଁସ ନିକଟସ୍ଥ ଥାନାଛକ ବନ୍ଧଠାରେ ବିଧାୟକ ସଂଜୀବ ମଲ୍ଲିକଙ୍କ ଦ୍ୱାରା ଏକ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ପୌରପାଳ ମାନସ ମହାନ୍ତି, ଆଇନ୍‌ଜୀବୀ ଅତିଶ ବେହେରା, ଯୁବନେତା ମିଲନ ମହାନ୍ତି, ସୋମନାଥ ସାହୁ, ଶ୍ୟାମସୁନ୍ଦର ନାୟକ, ନାରୀନେତ୍ରୀ ଦେବହୁତି ମହାପାତ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ଡ୍ରେନେଜ୍ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଂଜନ ଭୂୟାଁ, ଏସ୍‌ଡିଓ ରାଇନ ବେହେରା, ଜୁନିୟର ଇଂଜିନିୟର ଦୁର୍ଗା ପ୍ରସାଦ ତିପ୍ରାଠୀ ଉପସ୍ଥିତ ଥିଲେ । ଏହି ସଡକ ଉନ୍ନତିକରଣ ପ୍ରକଳ୍ପ ଥାନାଛକ ବନ୍ଧଠାରୁ ଭଦ୍ରକ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ ହେବ । ୩.୬୦ ମିଟର ଚଉଡା ବିଶିଷ୍ଟ ଏହି ରାସ୍ତା ମୋଟ ଏକ କିଲୋମିଟର ପର୍ଯ୍ୟନ୍ତ ଯିବ । ସେଥିପାଇଁ ଅଟକଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ରାସ୍ତାର କାମ ୩ ମାସ ମଧ୍ୟରେ ସରିବା ପାଇଁ ଯୋଜନା ରହିଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ବିକାଶ ଦିଗରେ ‘ଆମ ସହର, ଆମ ଉନ୍ନତି’ ଯୋଜନାରେ ଭଦ୍ରକ ସହରକୁ ଅଗ୍ରାଧିକାର ଦେଇଥିବାବେଳେ ଆଜି ସ୍ଥାନୀୟ ସାଂସଦ ମଂଜୁଲତା ମଣ୍ଡଳଙ୍କ ଉପସ୍ଥିତିରେ ବିଧାୟକ ସଂଜୀବ କୁମାର ମଲ୍ଲିକ ଡ୍ରେନେଜ୍ ଡିଭିଜନ ଅଧୀନରେ ୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୌରପାଳିକା ଅନ୍ତର୍ଗତ ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟରେ ବର୍ଷାଜଳ ନିଷ୍କାସନ ଉନ୍ନତିକରଣ ଓ ପକ୍କାନାଳ ନିର୍ମାଣର ଶିଳାନ୍ୟାସ କରିଛନ୍ତି । ଏହି ଯୋଜନା ଶେଷ ହେଲେ ଏହା ସ୍ଥାନୀୟ ୫/୬ ଟି ୱାର୍ଡବାସୀଙ୍କର ଜଳ ନିଷ୍କାସନ କ୍ଷେତ୍ରରେ ଥିବା ଦୀର୍ଘଦିନର ସମସ୍ୟାର ଅନ୍ତ ଘଟାଇବ ବୋଲି ଉଭୟ ସାଂସଦ ଓ ବିଧାୟକ ଗଣମାଧ୍ୟମକୁ କହିଛନ୍ତି । ଆଜିର ଏହି ଶିଳାନ୍ୟାସ ଉତ୍ସବରେ ପୂର୍ବତନ ପୌରପାଳ ମାନସ ମହାନ୍ତି, ଆଇନ୍‌ଜୀବୀ ରାଧା ଦାସଙ୍କ ସମେତ ବିଜେଡିର ବହୁ ନେତା, କର୍ମୀ ଓ ଡ୍ରେନେଜ୍ ବିଭାଗର ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.