Home ଜିଲ୍ଲା ପରିକ୍ରମା ନୂତନ ବର୍ଷର ପ୍ରଥମ ଦିନରେ ବର୍ଷର ପ୍ରଥମ ମଳିତ ଜନ ଶୁଣାଣି ଶିବିର

ନୂତନ ବର୍ଷର ପ୍ରଥମ ଦିନରେ ବର୍ଷର ପ୍ରଥମ ମଳିତ ଜନ ଶୁଣାଣି ଶିବିର

17

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନବର୍ଷ ୨୦୨୨୪ ମସିହାର ପ୍ରଥମ ଦିନ ସୋମବାର ହୋଇଥିବାରୁ ବର୍ଷର ପ୍ରଥମ ମିଳିତ ଜନଶୁଣାଣି ବର୍ଷର ପ୍ରଥମ ଦିନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଏହି ଶିବିରରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ସି.ଡ଼ି.ଏମ୍‌.ଓ. ଡା. ସନ୍ତୋଷ କୁମାର ପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ଶିବିରରେ ଯୋଗ ଦେଇଥିଲେ । ଏହି ଶିବିରରେ ଉପସ୍ଥିତ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ୧୯ଟି ଅଭିଯୋଗ ମଧ୍ୟରେ ୧୭ଟି ସାମୂହିକ ଓ ୨ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଥିଲା । ରେଡ଼କ୍ରସ ସମ୍ବନ୍ଧୀୟ ଥିବା ୨ଜଣଙ୍କ ଆବେଦନର ଶୁଣାଣି କରି ଚିକିତ୍ସା ବାବଦ ଜଣଙ୍କୁ ୫ ହଜାର ଓ ଅନ୍ୟ ଜଣଙ୍କୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ସୂଚନା ଯୋଗ୍ୟକି ଚଳିତ ମାସରେ ଦ୍ୱିତୀୟ ସୋମବାର ୮ ତାରିଖରେ ବନ୍ତ ବ୍ଲକ, ୩ୟ ସୋମବାର ଛୁଟି ଥିବାରୁ ମଙ୍ଗଳବାର ୧୬ ତାରିଖରେ ଚାନ୍ଦବାଲି ବ୍ଲକ୍‌, ୪ର୍ଥ ସୋମବାର ୨୨ ତାରିଖରେ ଭଦ୍ରକ ବ୍ଲକ ଓ ୫ମ ସୋମବାର ୨୯ ତାରିଖରେ ଧାମନଗର ବ୍ଲକରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନାଭିଯୋଗ ଶୁଣାଣି ଶିବିରରେ ଅନୁଷ୍ଠିତ ହେବା ନେଇ ଜିଲ୍ଲା କାର୍ଯ୍ୟାଳୟ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.