Home ଜିଲ୍ଲା ପରିକ୍ରମା ଆସାମରେ ବିଶ୍ୱ ସଂସ୍କୃତ ସମ୍ମେଳନରେ ଡଃ ନିତ୍ୟାନନ୍ଦ ମିଶ୍ରଙ୍କୁ ସମ୍ମାନିତ

ଆସାମରେ ବିଶ୍ୱ ସଂସ୍କୃତ ସମ୍ମେଳନରେ ଡଃ ନିତ୍ୟାନନ୍ଦ ମିଶ୍ରଙ୍କୁ ସମ୍ମାନିତ

7

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କୁ ଆସାମ ସ୍ଥିତ ଗୌହାଟି, ମଙ୍ଗଳଦାଇ ଠାରେ ବିଶ୍ୱ ସଂସ୍କୃତ ସମ୍ମିଳନୀ ର ଉଦ୍‌ଯାପନ ସମାରୋହରେ ମୁଖ୍ୟ ଅତିଥି ଇଂଲଣ୍ଡର ଡଃ.ଲୁସି ଗେଷ୍ଟ ଓ ସମ୍ମାନିତ ଅତିଥି ପୋଲାଣ୍ଡର ଡଃ. ଫିଲିପ୍‌ସଙ୍କ ଦ୍ୱାରା ସଂସ୍କୃତ ସେବା ସମ୍ମାନରେ ସମ୍ମାନିତ କରିବା ସଂଗେ ସଂଗେ ତାଙ୍କର ଲିଖିତ “ସଂସ୍କୃତ ପତ୍ରକାରିତା” (ଜୋର୍ଣ୍ଣାଲିଜିମ୍ ଇନ୍ ସାଂସକ୍ରିଟ୍‌) ପୁସ୍ତକ ଲୋକାର୍ପଣ କରାଯାଇଥିଲା । ଉକ୍ତ ଉତ୍ସବରେ ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରିୟ ଅଧ୍ୟକ୍ଷ ଡଃ ସଦାନନ୍ଦ ଦୀକ୍ଷିତ ବିଶ୍ୱରେ ସଂସ୍କୃତ ଭାଷାକୁ ଲୋକଭାଷାରେ ପରିଣତ କରିବା ପାଇଁ ବିଭିନ୍ନ ଦେଶରୁ ଆସିଥିବା ଗବେଷକମାନଙ୍କୁ ପରାମର୍ଶ ଦେଇଥିଲେ । ଡଃ ମିଶ୍ର ବିଶ୍ୱ ସମ୍ମିଳନୀରେ “ମାନବସଭ୍ୟତାୟାଃ ସଂସ୍କୃତମେବୋପଯୁକ୍ତାଭାଷା” ନାମ ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ମିଶ୍ର ସଂସ୍କୃତ ଭଷା ସାହିତ୍ୟର ଜଣେ ଉଚ୍ଚକୋଟିର ଗବେଷକ ଭାବେ ସାରା ରାଜ୍ୟ ତଥା ରାଜ୍ୟବାହାରେ ବେଶ ପରିଜିତ । ପ୍ରାଚୀନ ଆୟୁର୍ବେଦ, ଆକ୍ୟୁପ୍ରେସର, ସାହିତ୍ୟ, ଜ୍ୟୋତିଷ ଓ ବେଦଶାସ୍ତ୍ରରେ ତାଙ୍କର ଗଭୀର ପ୍ରବେଶ ରହିଛି । ତାଙ୍କର ପାଣ୍ଡିତ୍ୟ ଯୋଗୁଁ ଅଖିଳଭାରତୀୟ ପ୍ରାଚୀନ ସମ୍ମେଳନ, ଆନ୍ତର୍ଜାତୀୟ ସମ୍ମେଳନ, ବିଶ୍ୱ ସଂସ୍କୃତ ସମ୍ମେଳନ, ଆଇ.ଆଇ.ଆଇ.ଟି, ହାଇଦ୍ରାବାଦ, ଓଡ଼ିଶା ରାଜ୍ୟ ସଂସ୍କୃତି ବିଭାଗ, ଲୋକଭାଷା ପ୍ରଚାର ସମିତି, ମୋ ମାଟି ସଂସ୍ଥା, ରାଷ୍ଟ୍ରିୟ ସଂସ୍କୃତ ସଂସ୍ଥାନ, ଶାନ୍ତି ପ୍ରତିଷ୍ଠାନ ଓ ଏସ.ଟି.ଆଇ. ନିଉଦୀଲ୍ଲି ପକ୍ଷରୁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.