Home କେନ୍ଦ୍ରାପଡ଼ା ନୂତନ ନିର୍ମାଣାଧିଣ ଡାକ୍ତରଖାନା ଛାତରୁ ଗଳିପଡି ଶ୍ରମିକ ମୃତ

ନୂତନ ନିର୍ମାଣାଧିଣ ଡାକ୍ତରଖାନା ଛାତରୁ ଗଳିପଡି ଶ୍ରମିକ ମୃତ

38

କେନ୍ଦ୍ରାପଡ଼ା ୧୭ ଜୁଲାଇ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶ୍ୟାମଗୁଡିଆଠାରେ ନିର୍ମାଣଧିନ ନୂତନ ଡାକ୍ତରଖାନା ଛାତରୁ ଖସିପଡି ଶନିବାର ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ମୃତ ଶ୍ରମିକଙ୍କ ନାମ ଜିତ୍ର ବେସ୍ରା। ମୃତ ଜିତ୍ରଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଛତରାପଲ୍ଲୀ ଗ୍ରାମରେ। ଶନିବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ଜିତ୍ର କାମ କରୁଥିବା ବେଳେ ଛାତରୁ ତଳକୁ ଖସି ପଡିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ଥାନା ପୋଲିସ ମୃତଦେହ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ପୋଲିସ କହିଛି। ଏ ନେଇ ମୃତ ଶ୍ରମିକଙ୍କ ପରିବାରକୁ ଖବର ପଠାଯାଇଛି। ସେମାନେ ଆସିବା ପରେ ଜିତ୍ରର ଶବ ବ୍ୟବଛେଦ ହେବ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.