Home ଜିଲ୍ଲା ପରିକ୍ରମା ନୂଆ ୩୧ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ପଜିଟିଭ ୬ହଜାର ୯୫୪

ନୂଆ ୩୧ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ପଜିଟିଭ ୬ହଜାର ୯୫୪

56

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଆଜି ଆଉ ନୂଆ ୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୬ହଜାର ୯୫୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ସୁସ୍ଥ ହୋଇଛନ୍ତି ୬ହଜାର ୬୯୭ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୩୬ଜଣ । ଜିଲ୍ଳାରୁ ମୋଟ ୧ ଲକ୍ଷ ୩୭ହଜାର ୯୭୮ଜଣଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଚିହ୍ନଟମାନେ ହେଲେ ବାସୁଦେବପୁର ବ୍ଲକର ୨ଜଣ, ଭଦ୍ରକ ବ୍ଲକର ୩ଜଣ, ଭଦ୍ରକ ପୌରପାଳିକାର ୬ଜଣ, ବନ୍ତ ବ୍ଲକର ଜଣେ, ଭଣ୍ଡାରିପୋଖରୀ ବ୍ଲକର ଜଣେ, ଧାମନଗର ବ୍ଲକର ୪ଜଣ, ଧାମନଗର ଏନ୍‌ଏସିର ଜଣେ, ତିହିଡି ବ୍ଳକର ୧୨ ଏବଂ ଅନ୍ୟ ଜିଲ୍ଲାର ଜଣେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.