Home ଓଡ଼ିଶା ନୂଆ ୧୦୭ ଆକ୍ରାନ୍ତ, ୧୬୪ ସୁସ୍ଥ

ନୂଆ ୧୦୭ ଆକ୍ରାନ୍ତ, ୧୬୪ ସୁସ୍ଥ

164

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲାରୁ ଆଜି ନୂତନ କରୋନା ଆକ୍ରାନ୍ତ ୧୦୭ଜଣ ଚିହ୍ନଟ ହୋଇଥିବା ବେଳେ ୧୬୪ଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି। ଜିଲ୍ଳାରେ ଆଜି ସୁଦ୍ଧା ମୋଟ ୫୩ ହଜାର ୫୪୩ ନମୁନା ପରୀକ୍ଷା ସରିଛି। ମୋଟ ୩୨୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୧୪ଜଣ ସୁସ୍ଥ ହୋଇଛନ୍ତି। ଆଉ ୭୭୨ଜଣ ଆକ୍ରାନ୍ତ ଏବେ ଚିକିତ୍ସାରେ ରହିଛନ୍ତି। ଆଜି ଚିହ୍ନଟମାନଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରେ ୪୩ଜଣ, ବାସୁଦେବପୁର ପୌରପାଳିକାରୁ ୧୧, ଭଦ୍ରକ ବ୍ଲକରୁ ୭, ଭଦ୍ରକ ପୌରପାଳିକାରୁ ୯, ବନ୍ତ ବ୍ଲକରୁ ୫, ଭଣ୍ଡାରିପୋଖରୀ ବ୍ଲକରୁ ୯, ଚାନ୍ଦବାଲି ବ୍ଳକରୁ ୪, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଧାମନଗର ଏନ୍‌ଏସିରୁ ଜଣେ, ଧାମନଗର ବ୍ଳକରୁ ୫ଜଣ ଏବଂ ତିହିଡି ବ୍ଳକରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରୁ ୨ଜଣ ଆକ୍ରାନ୍ତ ଭଦ୍ରକ ଜିଲ୍ଳାରୁ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.