Home ଓଡ଼ିଶା ଧୋକ୍କା ଦେଲା ପ୍ରେମିକ : ଧାମରାରୁ ନିରୁଦିଷ୍ଟ ନାବାଳିକା ବାଂଶଡା ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ,...

ଧୋକ୍କା ଦେଲା ପ୍ରେମିକ : ଧାମରାରୁ ନିରୁଦିଷ୍ଟ ନାବାଳିକା ବାଂଶଡା ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଲେ

476

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତର ଜଣେ ନାବାଳିକା ଯୁବତୀ ନିରୁଦିଷ୍ଟ ପରେ ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତିଯାଇ ଛନ୍ତି ନିଶ୍ଚିନ୍ତ ମୃତ୍ୟୁମୁଖରୁ। ଘଟଣାରୁ ପ୍ରକାଶ ଦୋସିଙ୍ଗା ପଂଚାୟତର ସମିପାଟିଆ ଗ୍ରାମର ଜଣେ ଯୁବତୀ କଲେଜରେ ପାଠ ପଢୁଥିବା ସମୟରେ ପାରାଦ୍ୱୀପ ନିକଟସ୍ଥ ଜଗତସିଂପୁର ଅଂଚଳର ଜଣେ ଯୁବକକୁ ଭଲପାଉଥିଲା। କଲେଜରେ ପଢୁଥିବା ସମୟରେ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ଜୟଦୁର୍ଗାପାଟଣା ଅଂଚଳର ଜଣେ ମହିଳା ଏହି ଭଲପାଇବା ପଛରେ ପ୍ରଛଦପଟର ନାୟିକା ଭାବରେ କାର୍ଯ୍ୟର୍ କରୁଥିଲେ। ଗତ ଶୁକ୍ରବାର ଦିନ ଯୁବତୀ ନିଜ ଘରୁ ଲୁଚି ପଳାଇ ଆସି ସଂପୃକ୍ତ ମହିଳାଙ୍କ ଘରେ ଲୁଚି ରହିଥିଲେ ତେବେ ଏ ନେଇ ନାବାଳିକାର ପିତା ଧାମରା ଥାନାରେ ନିଜର ନାବାଳିକା ଝିଅ ନିରୁଦିଷ୍ଟ ବୋଲି ଲିଖିତ ଅଭିଯୋଗ କରିଥିଲେ। ପରଦିନ ସଂପୃକ୍ତ ନାବାଳିକା ଜଣକ ବାଂଶଡା ଥାନା ଅଧିନସ୍ଥ ଯଶୀପୁର ଗ୍ରାମର ଦଲାଲ ମହିଳାଙ୍କ ପୁରୁଷ ବନ୍ଧୁଙ୍କ ଘରେ ରହିଥିଲେ।ରବିବାର ଦିନ ସଂପୃକ୍ତ ଦଲାଲ ନାବାଳିକାକୁ ପାରାଦ୍ୱୀପ ପଠାଇବା ପାଇଁ ଚେଷ୍ଟା ଚଳାଇଥିବା ବେଳେ ଧାମରା ପୁଲିସର ତନାଘନା ସଂପୃକ୍ତ ଦଲାଲଙ୍କୁ ଅଡୁଆରେ ପକାଇଥିଲା।ଗୋଟିଏ ପକ୍ଷରେ ପୁଲିସର ତନାଘନା ଅନ୍ୟ ପକ୍ଷରେ ପାରାଦ୍ୱୀପ ଅଂଚଳର ରହୁଥିବା ପ୍ରେମିକର ଅସହଯୋଗ ଉଭୟ ନାବାଳିକା ଏବଂ ଦଲାଲଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ଅନ୍ୟ ଉପାୟ ନପାଇ ସଂପୃକ୍ତ ପୁରୁଷ ଦଲାଲ ଜଣକ ନାବାଳିକାକୁ ନିଜ ଗ୍ରାମ ଦୋସିଙ୍ଗାକୁ ଫେରାଇ ଆଣୁଥିବା ବେଳେ ଲୋକ ଲଜ୍ଜାରୁ ବର୍ତିବା ପାଇଁ ଅନ୍ୟଉପାୟ ନପାଇ ବାଂଶଡ ରେଳ ପୋଲ ପାର ହେଉଥିବା ସମୟରେ ଜୁଆରିଆ ମନ୍ତେଇନଦୀ ଗର୍ଭକୁ ଡେଇଁ ପଡିଥିଲେ ନାବାଳିକା।ତେବେ ସଂଯୋଗବଶତ ସେହି ସମୟରେ ମାଛ ମାରୁଥିବା ଜାଲିଆଙ୍କ ନଜରରେ ପଡିଥିଲେ ନାବାଳିକା ଜଣକ। ନଦୀଗର୍ଭକୁ ଡେଇଁ ପାଣି ପିଇଯାଇଥିବା ନାବାଳିକାକୁ ଜାଲିଆ ମାନେ ଉଦ୍ଧାର କରି ବାଂଶଡା ଥାନାକୁ ଖବର ଦେଇଥିଲେ। ଇତି ମଧ୍ୟରେ ସୁଯୋଗ ଦେଖି ଦଲାଲ ପୁରୁଷ ଜଣକ ସେଠାରୁ ଖସି ପଳାଇଥିଲେ। ନାବାଳିକାକୁ ଉଦ୍ଧାର କରି ପ୍ରଥମେ ବାଂଶଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରେ ଅବସ୍ଥା ଖରାପ ହେବାରୁ ତୁରନ୍ତ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ସମସ୍ତ ପରୀକ୍ଷା ନିରୀକ୍ଷା କରାଯାଇ ସଂପୃକ୍ତ ନାବାଳିକାକୁ ଧାମରା ଥାନାକୁ ହସ୍ତାନ୍ତରିତ କରାଯାଇଥିଲା।ନାବାଳିକାର ବୟାନ ଏବଂ ପିତାଙ୍କ ଲିଖିତ ଅଭିଯୋଗ ପରେ ଅଧିକ ତଦନ୍ତ ଜାରୀ ରହିବା ସହ ଧାମରା ଥାନାରେ ଏକ କେଶ ରୁଜୁ କରାଯାଇ ଏହି କେଶରେ କେଉଁ ମାନଙ୍କର ସଂପୃକ୍ତି ଅଛି ତାହାର ତଦନ୍ତ ଜାରୀ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.