Home ଜିଲ୍ଲା ପରିକ୍ରମା ନୂଆବର୍ଷରେ ନୂଆ ଉପହାର, ବଦଳିବ ପଗଡ କନ୍ୟାଶ୍ରମର ରୂପରେଖ-ବିଧାୟକ, ଅନାଥ ଅସହାୟଙ୍କ ସାଥୀରେ ୟୁଡି ଗ୍ରୁପ୍‌

ନୂଆବର୍ଷରେ ନୂଆ ଉପହାର, ବଦଳିବ ପଗଡ କନ୍ୟାଶ୍ରମର ରୂପରେଖ-ବିଧାୟକ, ଅନାଥ ଅସହାୟଙ୍କ ସାଥୀରେ ୟୁଡି ଗ୍ରୁପ୍‌

14

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେବା କରି ସାମାଜିକ ସଂଗଠନ ୟୁନିକ୍ ଡ୍ରପ୍ସ ଭଦ୍ରକ ଜିଲାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କେତେବେଳେ ଗଛ ଲଗାଇବା ତ କେବେ ଅସହାୟଙ୍କ ମୁହଁରେ ଦାନା ଦେବା ଆଉ କେବେ ବସ୍ତ୍ର ପ୍ରଦାନ କରିବା ପୁଣି କେତେବେଳେ ରକ୍ତଦାନ କରିବା । ସବୁଠାରୁ ବଡକଥା ହେଲା ପ୍ରତ୍ୟେକ ରବିବାର ମିଶନ ସେଣ୍ଡ ମାଧ୍ୟମରେ ଗରିବଙ୍କୁ ଖାଦ୍ୟ ଦେବା । ତେବେ ସେ ଯାହା ହେଉନା କାହିଁକି ଆଜି ଉକ୍ତ ସଂଗଠନର ପିଲାମାନେ ନିଜ ପକେଟ ମନିରୁ ଅର୍ଥ ସଂଚୟ କରି ଭଦ୍ରକ ବ୍ଲକ୍ ଚଣ୍ଡିଗାଁ ପଂଚାୟତ ଅଧୀନସ୍ଥ ପଗଡରେ ଥିବା ମାନବ ସେବା କନ୍ୟାଶ୍ରମରେ କୁନି କୁନି ପିଲାମାନଙ୍କୁ ଶୀତବସ୍ତ୍ର କମ୍ବଳ ବଣ୍ଟନ କରିଛନ୍ତି । ସଂଗଠନର ମୁଖ୍ୟ ଅତୁଲ ନାୟକଙ୍କ ସଂଯୋଜନା ଓ ବରିଷ୍ଠ ଉପଦେଷ୍ଟା ରୋଟାରିଆନ୍ ଅତିଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କମ୍ବଳ ବଣ୍ଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଂଜୀବ ମଲ୍ଲିକ, ରୋଟାରିଆନ୍ ପ୍ରୀତିରଂଜନ ଜେନା, ସ୍ଥାନୀୟ ସରପଞ୍ଚ ସଂଜୁଲତା ମହାକୁଡ, ସମିତି ସଭ୍ୟ ଇଂ ପ୍ରିୟବର୍ତ୍ତ ନାୟକ ପ୍ରମୁଖ ଯୋଗଦେଇ କନ୍ୟାଶ୍ରମର ପିଲାମାନଙ୍କୁ କମଳ, ବିସ୍କୁଟ, ଚକଲେଟ୍‌, କେକ୍ ଆଦି ବଣ୍ଟନ କରିଥିଲେ । ଏହି ଅବସରରେ ନୂତନ ବର୍ଷରେ ନୂଆ ଉପହାର ସଦୃଶ କନ୍ୟାଶ୍ରମକୁ ଏକ ଷ୍ଟଡିରୁମ୍‌, ଇନଭୋଟର, ପଙ୍ଖା, ଆକ୍ୱାଗାର୍ଡ, ଖେଳିବା ପାଇଁ ପାର୍କ ଓ ଆଶ୍ରମକୁ ଯିବା ପାଇଁ ପକ୍କା ରାସ୍ତା ଏକମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ ଶ୍ରୀ ମଲ୍ଲିକ । ଯାହାକୁ ନେଇ ଖୁବ୍ ଆଶାବାଦୀ ହୋଇଛନ୍ତି ସ୍ଥାନୀୟ ଲୋକେ । ତେବେ ଏ ସମସ୍ତ କାର୍ଯ୍ୟକ୍ରମକୁ ସଂଗଠନ ପକ୍ଷରୁୁ ପରିଚାଳନା କରାଯାଇଥିଲା । ବିଧାୟକଙ୍କ ଏହି ପ୍ରତିଶ୍ରୁତି ମିଳିବା ପରେ କନ୍ୟାଶ୍ରମର ସମସ୍ତ ସଦସ୍ୟ ଓ ଅନ୍ତେବାସୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.