Home ଓଡ଼ିଶା ନୀଳଗିରି ବଣରେ ଲାଗିଲା ନିଆଁ

ନୀଳଗିରି ବଣରେ ଲାଗିଲା ନିଆଁ

77

ନବରଙ୍ଗପୁର ୨୯-୦୩ (ଓଡ଼ିଆ ପୁଅ/ ସୁଶାନ୍ତ କୁମାର ଗୌଡ଼) ନବରଙ୍ଗପୁର ସହର ସ୍ଥିତ ମଙ୍ଗଳ ଟିମ୍ବର ପ୍ଲାଏବୋର୍ଡ କାରଖାନା ସମ୍ମୁଖ ଥିବା ନୀଳଗିରି ବଣରେ ରାତି ପ୍ରାୟ ୯ ଘଟିକା ସମୟ ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏତେ ଜୋରରେ ନିଆଁ ଲାଗିଥିଲାଯେ, ଧୂଆଁ ଫଳରେ ଯାତାୟତ କିଛି ସମୟ ପାଇଁ ବାଧା ପ୍ରାପ୍ତ ହେଇଥିଲା। ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶ୍ରମ ବିଭାଗ କର୍ମଚାରୀମାନେ ଆସି ନିଆଁକୁ ଆୟତ୍ତ କରିବା ଚେଷ୍ଟା କରୁଥିଲେ। ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ହେଲା ନିଆଁକୁ ଆୟତ୍ତ କରୁଛନ୍ତି। ଅନ୍ୟପଟେ ପାଖରେ ଭାଟିସାଲଗୁଡା ଓ ଇଛାବତୀ ଗୁଡା ବସ୍ତି ବାସିନ୍ଦା ଭୟ ଭୀତରେ ଥିବା ସୂଚନା ମିଳିଛି। ସେଭଳି କାରଖାନାର କାଠ ଗୁଣ୍ଡ ଥିବାରୁ ନିଆଁ ବ୍ୟାପିବାର ଆଶଙ୍କା ଥିଲା ତେଣୁ ଅଗ୍ନିଶମ ବିଭାଗର କର୍ମକର୍ତ୍ତା ମାନେ ମଧ୍ୟ ବିଳମ୍ବିତ ରାତି ଯାଏଁ ନିଆଁ ଲାଗିବା ସ୍ଥାନରେ ଜଗି ରହିଥିଲେ ଓ ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.