Home ଓଡ଼ିଶା ନିଶା ବିସ୍କୁଟ ଦେଇ ରେଳ ଯାତ୍ରୀଙ୍କୁ ଲୁଟିଲା, ପରେ ନିଜ ଜାଲରେ ନିଜେ ଫସିିିଲା

ନିଶା ବିସ୍କୁଟ ଦେଇ ରେଳ ଯାତ୍ରୀଙ୍କୁ ଲୁଟିଲା, ପରେ ନିଜ ଜାଲରେ ନିଜେ ଫସିିିଲା

1265

ପାଟନା ୧୩-୧୦ (ଓଡ଼ିଆ ପୁଅ) ନିଶା ବିସ୍କୁଟ ଟ୍ରେନ ଯାତ୍ରୀଙ୍କୁ ଖୁଆଇ ଲୁଟିବା ଷଢ଼ଯନ୍ତ୍ର କରୁଥିବା ଏକ ଦଳର ଜଣେ ସଦସ୍ୟ ଶନିବାରଦିନ ନିଜେ ବିଛାଇଥିବା ଜାଲରେ ଫସିଯାଇଛି। ଦୁଇଜଣ ଯାତ୍ରୀଙ୍କ ସହ ପ୍ରଥମେ କଥାବାର୍ତ୍ତା କରି କୌଣସି ମତେ ବିସ୍କୁଟ ଖାଇବାକୁ ଅଫର କରିଥିଲା। ଯାତ୍ରୀଙ୍କୁ ଯେପରି କୌଣସି ସନ୍ଦେହ ନ ହେବ ସେଥିପାପାଇଁ ନିଜେ ମଧ୍ୟ ନିଶା ଯୁକ୍ତ ବିସ୍କୁଟ ଖାଇଥିଲା। ତିନ-ଚାରୋଟି ବିସ୍କୁଟ ଖାଇବା ପରେ ଦୁଇଜଣ ରେଳ ଯାତ୍ରୀ କିଛି ସମୟ ପରେ ବେହୋସ ହୋଇଯାଇଥିଲେ। ତା’ ପରେ ବଦମାସ୍ ତାଙ୍କର ସବୁ ସାମାନ ଧରି ବଖତ୍ୟାରପୁର ଷ୍ଟେସନରେ ଓହ୍ଲାଇ ପଡ଼ିଥିଲା। କିନ୍ତୁ କିଛି ସମୟ ପରେ ସେ ମଧ୍ୟ ନିଶାର ପ୍ରଭାବରେ ବେହୋସ ହୋଇଯାଇଥିଲା ଏବଂ ରେଳବାଇ ପୁଲିସ ସଂଦିଗ୍ଧ ଅବସ୍ଥାରେ ତାକୁ ଦେଖିକରି ପ୍ରଶ୍ନ ପଚାରିବା ପରେ ସବୁ ଘଟଣା ଜଣାପଡ଼ିଥିଲା।

ସୂଚନାଯୋଗ୍ୟଯେ, ନାଳନ୍ଦାର ପାୱାପୁରୀ ନିବାସୀ ରାକେଶ କୁମାର ଏବଂ ଭରତ କୁମାର ଚେନ୍ନାଇରେ କୌଣସି କମ୍ପାନୀରେ କାମ କରନ୍ତି। ସେଠାରୁ ଦୁଇଜଣ ଶନିବାରଦିନ ଘରକୁ ଫେରୁଥିଲେ। ବଖତ୍ୟାରପୁର ଷ୍ଟେସନ ପହଁଚିବାପରେ ପରେ ଦୁଇଜଣ ପାୱାପୁରୀ ଆସିବା ପାଇଁ ଦାନାପୁର-ରାଜଗୀର ପାସେଞ୍ଜରରେ ଚଢ଼ିଥିଲେ। ବଖତ୍ୟାରପୁରରୁ ଟ୍ରେନ ଛାଡ଼ିବା କ୍ଷଣି ହିଁ ଜଣେ ସଂଦିଗ୍ଧ ଦୁଇଜଣକୁ ବିସ୍କୁଟ ଖାଇବାକୁ ଦେଇଥିଲା। ଦୁଇଜଣ ପ୍ରଥମେ ମନା କରିଥିଲେ କିନ୍ତୁ ଲାଳସା ଏବଂ ଲୁଟେରାର ଚାତୁରୀରେ ଆସି ବିସ୍କୁଟ ଖାଇଥିଲେ। ପରେ ସେମାନେ ବେହୋସ ହୋଇଯାଇଥିଲେ। ବେହୋସ ଅବସ୍ଥାରେ ଦୁଇଜଣ ଭାଇ ରାଜଗୀର ଷ୍ଟେସନ ପହଁଞ୍ଚିବାପରେ ରେଳ ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତି କରାଇଥିଲା। ଲୁଟେରା ଦଳର ସଦସ୍ୟ ବେହୋସ ଅବସ୍ଥାରେ ସାମାନ ସହିତ ବଖ୍ତ୍ୟାୟାରପୁର ଷ୍ଟେସନ ପହଁଚିଥିଲା, ସେଠାରେ ରେଳବାଇ ପୁଲିସ ସନ୍ଦେହ କରି ତାକୁ ଧରିପାରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.