Home ଓଡ଼ିଶା ନିଲାମ ହେବ ୧୦ ଖଣି, ଜାରି ହେଲା ବିଜ୍ଞପ୍ତି

ନିଲାମ ହେବ ୧୦ ଖଣି, ଜାରି ହେଲା ବିଜ୍ଞପ୍ତି

235

ଭୁବନେଶ୍ଵର,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଖଣି ନିଲାମ ପାଇଁ ଜାରି ହେଲା ବିଜ୍ଞପ୍ତି । ଆଜ୍ଞା ହଁ, ମୋଟ ୧୦ଟି ଖଣିର ଅନଲାଇନ ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର । ଏହି ଖଣିଗୁଡିକର ଲିଜ୍‌ ମିଆଦ ମାର୍ଚ୍ଚ ୨୦୨୦ରେ ଶେଷ ହେବାକୁ ଥିବା ବେଳେ ଖଣିଗୁଡିକର ନିଲାମୀ ଖଣି ଓ ଖଣିଜ ଅଧିନିୟମ ୨୦୧୫ ଆଧାରରେ ହେବ । ଖଣି ନିଲାମ ପାଇଁ ପ୍ରଥମେ ଟେଣ୍ଡର ଆହ୍ୱାନ କରାଯାଇଛି । ଟେଣ୍ଡର ଫି ବାବଦରେ ୫ ଲକ୍ଷ ଟଙ୍କା ଲେଖାଏଁ ଫି, ଆବେଦନକାରୀଙ୍କୁ ଦାଖଲ କରିବାକୁ ପଡ଼ିବ । ନଭେମ୍ବର ୧୫ ତାରିଖରୁ ୧୮ ତାରିଖ ଭିତରେ ଟେଣ୍ଡର ପକାଇବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.