Home ଓଡ଼ିଶା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ନିମନ୍ତେ ନିୟମ ଜାରି

ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ନିମନ୍ତେ ନିୟମ ଜାରି

582

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ଜାରି ଲକଡାଉନ ସମୟରେ ନିର୍ମାଣ କାର୍ଯ୍ୟକୁ କେତାକାଂଶରେ ଅନୁମତି ଦିଆଯାଇଥିବା ବେଳେ ଶ୍ରମିକମାନଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। କେବଳ ନିର୍ମାଣ କାର୍ଯ୍ୟରେ ଅଧିକ ସଂଖ୍ୟକ ଶ୍ରମିକ ନିୟୋଜନର ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତି ନିଆଯାଇଛି। ଏହି ମର୍ମରେ ଜିଲ୍ଲାପାଳ ଶ୍ରୀ ବଳବନ୍ତ ସିଂ ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ, ଆଂଚଳିକ ପରିବହନ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ସଂପୃକ୍ତ ଶ୍ରମିକମାନଙ୍କୁ ଅଧିକ ସଂଖ୍ୟକ ପାସ ପ୍ରଦାନରେ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ସମ୍ଭବ ନଥିବାରୁ ସଂପୃକ୍ତ କମ୍ପାନୀ ପକ୍ଷରୁ ପ୍ରଦତ ପାସକୁ ବୈଧ ଭାବେ ଗ୍ରହଣ କରାଯିବ। ନିର୍ମାଣ କାର୍ଯ୍ୟକୁ ଶ୍ରମିକମାନଙ୍କୁ ଗାଡିରେ ନେବାର ଆବଶ୍ୟକତା ଥିଲେ ସାମାଜିକ ଦୂରତ୍ୱ ରକ୍ଷା କରିବା ନିମନ୍ତେ ସଂପୃକ୍ତ ଗାଡିର ମାତ୍ର ୪୦ପ୍ରତିଶତ ସିଟ୍ ବ୍ୟବହାର କରାଯିବ। ଗାଡି ଚଳାଚଳ ନିମନ୍ତେ ଆବଶ୍ୟକୀୟ ଅନୁମତି ଜିଲ୍ଲାପାଳ କିମ୍ବା ପରିବହନ ଅଧିକାରୀଙ୍କଠାରୁ ନେବାକୁ ପଡିବ। କେବଳ ଗନ୍ତବ୍ୟ ସ୍ଥାନ ବ୍ୟତୀତ ଅଧାବାଟରେ କାହାରିକୁ ଚଢିବା କିମ୍ବା ଓହ୍ଲାଇବା ନିମନ୍ତେ ଅନୁମତି ଦିଆଯିବ ନାହିଁ। ମାତ୍ର ଚାଲିକରି କିମ୍ବା ସାଇକେଲରେ ଯାଉଥିବା ଶ୍ରମିକମାନେ କାର୍ଯ୍ୟସ୍ଥଳୀକୁ ଯାଇପାରିବା ନେଇ ପତ୍ରରେ ଉଲ୍ଲେଖ ରହିଛି। ମାତ୍ର ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଥିବା ଢାବାଗୁଡିକ ଖୋଲା ରହିବ। ସେଠାରେ ଡାଇନିଂ ସୁବିଧା ପ୍ରଦାନ କରାଯିବ ନାହିଁ। ଜିଲ୍ଲା ଜିଲ୍ଲା ମଧ୍ୟରେ ଶ୍ରମିକମାନଙ୍କୁ ନେବା ଆଣିବା କ୍ଷେତ୍ରରେ ସଂପୃକ୍ତ ଠିକାଦାର ସଂସ୍ଥା ଜିଲ୍ଲାପାଳଙ୍କଠାରୁ ଆବଶ୍ୟକୀୟ ଅନୁମତି ନେବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.