Home ଉପ ନିର୍ବାଚନ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ

49

ବାଲେଶ୍ୱର, ୨୦ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ଉପ-ନିର୍ବାଚରେ ଶାସକଦଳ ବିିଜେଡି ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ ଉଠାଇଛି ବିଜେପି। ନିର୍ବାଚନରେ ପ୍ରଚାରରେ ଆସି ରାଜ୍ୟ ଶକ୍ତିମନ୍ତ୍ରୀ ସଦର ନିର୍ବାଚନମଣ୍ଡଳୀର ପରିଖି ପଞ୍ଚାୟତକୁ ଯାଇ ସେଠାରେ ୧୦ରୁ ଅଧିକ ସ୍ଥାନରେ ବୈଠକ କରି ଭୋଟ ଭିକ୍ଷ କରିଥିଲେ। ସେଠାକାର ଲୋକଙ୍କ ଦାବିକୁ ଦୃଷ୍ଟିଦେଇ ୫ ଦିନ ଭିତରେ ସମସ୍ତ ରାସ୍ତାରେ ମୋରମ ବିଛାଇବା, ନୂଆ ଇଲେକ୍ଟ୍ରିକ୍ ଖୁଣ୍ଟ ପୋତି ୩ ଫେଜ୍ ଲାଇନ୍ ଚାର୍ଜ ପାଇଁ ଅଧିକ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମାର ବସାଇବାର ପ୍ରତିଶ୍ରୁତି ଦେଇଥିଲେ। ଏଥି ସହିତ ସବୁ ସାଇକୁ ନଳକୂପ ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ। ସେହିକ୍ରମରେ ତହିଁଁଆରଦିନ ଓଡି-୦୧ଡି/୮୮୨୭ ନଂ ବିଶିଷ୍ଟ ବଡ଼ଟ୍ରକ୍‌ରେ ବିଦ୍ୟୁତ୍ ଖୁଣ୍ଟ ଅଣାଯାଇ ସ୍ଥାନୀୟ ଫାଣ୍ଡିଛକ ପୋଲ ନିକଟରେ ରଖାଯାଇଥିଲା। ଆଜି ସକାଳେ ତାହାକୁ ପୂର୍ବତନ ସରପଞ୍ଚ ସୁନୀଲ ସେଠୀଙ୍କ ଘର ପାଖରେ ମହଜୁଦ୍ ରଖାଯାଇଥିବା ବିଜେପି କର୍ମକର୍ତ୍ତାମାନେ ଅଭିିଯୋଗ କରିଛନ୍ତି। ଏନେଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନିର୍ବାଚନର ରିଟର୍ଣ୍ଣିଂ ଅଫିସର ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.