Home ଜିଲ୍ଲା ପରିକ୍ରମା ନିରନ୍ତର ବିକାଶ – କ୍ଷେତ୍ର ପରିଦର୍ଶନ ସହ ତାଲିମ ଶିବିର ଉଦ୍‌ଯାପିତ

ନିରନ୍ତର ବିକାଶ – କ୍ଷେତ୍ର ପରିଦର୍ଶନ ସହ ତାଲିମ ଶିବିର ଉଦ୍‌ଯାପିତ

25

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ନିରନ୍ତର୍ ବିକାଶ ଲକ୍ଷ୍ୟରେ ୨୦୩୦ କାର୍ଯ୍ୟସୂଚୀର ରୂପାୟନ ନେଇ ଗତକାଲି ଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି। ଜିଲ୍ଲା ପରିଷଦ, ଭଦ୍ରକ ର ସମ୍ମିଳନୀ କକ୍ଷରେ ତା.୧-୧୨-୨୨ ରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଉଦ୍‌ଘାଟନ ପରେ ସଂପୃକ୍ତ ଅଧିକାରୀ ମାନଙ୍କ ପାଇଁ ତାଲିମ୍ ପ୍ରଦାନ କରାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କ୍ଷେତ୍ର ପରିଦର୍ଶନ ଆଧାରରେ ତଥ୍ୟ ଭିତ୍ତିକ ଓ ପ୍ରମାଣ ଆଧାରିତ ତାଲିମ ଗ୍ରହଣ ପାଇଁ ଅଧିକାରୀ ମାନଙ୍କୁ ଆଜି ଭଦ୍ରକ ବ୍ଲକ୍‌ର ଓଲଙ୍ଗ ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ନେରେଡ଼ା ଗ୍ରାମ ପଞ୍ଚାୟତ କୁ ପ୍ରେରଣ କରାଯାଇଥିଲା। ପ୍ରଶିକ୍ଷାର୍ଥୀ ମାନଙ୍କୁ ୩ଟି ଲେଖାଏଁ ଦଳରେ ବିଭକ୍ତ କରାଯାଇ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପ, ଗ୍ରାମର ସମସ୍ୟା ଓ ସମାଧାନ ପାଇଁ ଆବଶ୍ୟକ ପରାମର୍ଶ ସମ୍ବନ୍ଧରେ ଆଲୋଚନା, ଗ୍ରାମ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ ଆଧାରରେ ତାଲିମ୍ ଗ୍ରହଣ କରିଥିଲେ। ଓଲଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଲା ପରେ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି, ପଞ୍ଚାୟତ ସମିତି ସଦସ୍ୟ ଗୈାରୀ ରାଉତ ପୂର୍ବତନ ସରପଞ୍ଚ ଦେବୀଦତ୍ତା ମହାନ୍ତି ଓ ଅନ୍ୟ ଜନପ୍ରତିନିଧି, ଗ୍ରାମବାସୀମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ପ୍ରଶିକ୍ଷାର୍ଥୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ।

ସେହିପରି ଏ.ସି.ଡ଼ି.ଓ କୁଶଳଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଯାଇଥିବା ପ୍ରଶିକ୍ଷାର୍ଥୀ ଓ ପଦାଧିକାରୀମାନେ ନେରେଡ଼ା ଜି.ପି. ରେ ପହଞ୍ଚିଲାପରେ ସରପଞ୍ଚ ଦେବଦର୍ଶୀ ଜେନାଙ୍କ ନେତୃତ୍ୱରେ ବ୍ଲକ୍‌ର ଅନ୍ୟ ସରପଞ୍ଚ, ଜନପ୍ରତିନିଧି ଓ ଗ୍ରାମବାସୀ ସ୍ୱାଗତ ଜଣାଇଥିଲେ। କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଅପରାହ୍ନ ତଥା ଅନ୍ତିମ ଅଧିବେଶନରେ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ତଥ୍ୟ ଉପସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରୁ ଆସିଥିବା ଯୋଜନା ଓ ସଂଯୋଜନା ବିଭାଗର କାପାସିଟି ବିଲଡ଼ିଂ ଏକସ୍‌ପର୍ଟ ସରୋଜ କୁମାର ଦାସ ଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ୍ କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ଓ ପ୍ରଭାବୀ ହୋଇପାରିଛି। ଏସ୍‌.ଡ଼ି.ଜି. ସେଲ୍‌ର ସହକାରୀ ନିର୍ଦ୍ଦେଶକ ଅର୍ଚ୍ଚିତା ଦାସ, କନସଲଟାଣ୍ଟ ମୀନାକ୍ଷୀ ବନ୍‌ସଲ, ଏସ୍‌.ଡ଼ି.ଜି. ପି.ଏମ୍‌.ୟୁର ଜନ୍ମେଞ୍ଜୟ ମିଶ୍ର, ସିନିୟର ପ୍ରୋଗ୍ରାମ ମ୍ୟାନେଜର ବିଚିତ୍ର ବିଶ୍ୱାଳ ପ୍ରମୁଖ ରିସୋର୍ସ ପର୍ସନ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ଯୋଜନା ବିଭାଗର ଉପ ନିର୍ଦ୍ଦେଶକ ମହେଶ୍ୱ ସ୍ୱାଇଁ ଏବଂ ତାଙ୍କ ନେତୃତ୍ୱରେ ଫାଇନାନ୍‌ସ ଏକସପର୍ଟ ଭଗବାନ ବାରିକ୍‌, ଜୀବିକା ନିର୍ବାହୀ ଅଧିକାରୀ ରଶ୍ମିତା ପୃଷ୍ଟି, ଅର୍ଥନୀତିଜ୍ଞ ସ୍ମିତା ନାୟକ, ସିନିୟର ଇକୋନୋମିକ ଇନ୍‌ଭେଷ୍ଟିଗେଟର ଭୋଳାନାଥ ରାଉଳ, ହରିହର ଗୁଇଁ, ଶୁଭ୍ରାଙ୍ଗିନୀ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ। ସୂଚନା ଯୋଗ୍ୟ କି କ୍ଷେତ୍ର ପରିଦର୍ଶନରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ୨ଟି ଗ୍ରାମପଞ୍ଚାୟତ ପାଇଁ ୩ ଲେଖାଏଁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ସୁସ୍ଥ ଗ୍ରାମ ପଞ୍ଚାୟତ, ସ୍ୱଚ୍ଛ ଏବଂ ସବୁଜ ଗ୍ରାମପଞ୍ଚାୟତ ଓ ଶିଶୁ ଅନୁକୁଳ ଗ୍ରାମପଞ୍ଚାୟତ ଆଧାରିତ ବିଷୟାବଳୀକୁ ନେଇ ପରୀକ୍ଷା ଓ ତଥ୍ୟ ସଂଗ୍ରହ ପାଇଁ ଦଳ ଗଠନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.