ମାଲକାନଗିରି,୨୫ା୧୦ (ଓଡିଆ ପୁଅ) ନିମ୍ମମାନର ଛତୁଆ ପ୍ରସ୍ତୁତି କରାଯାଇ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକୁ ଯୋଗାଇ ଦିଆଯାଉଥିବାର ଅଭିଯୋଗ ପାଇ କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ସୁପରଭାଇଜର ଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । କାଲିମେଳା ଅଚଂଳରେ ନିମ୍ମମାନର ଛତୁଆ ପ୍ରସ୍ତୁତି କରାଯାଉଥିବାର ଅଭିଯୋଗ ପାଇ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,କାଲିମେଳା ବିଡିଓ ଉମାଶଙ୍କର ଦଳେଇ, ମହିଳାଶିଶୁ ବିକାଶ ଜିଲ୍ଲା ଯୋଜନାଅଧିକାରୀ ସ୍ନିଗ୍ଧା ରାଣୀ ମିଶ୍ର.କାଲିମେଳା ଶିଶୁବିକାଶ ଅଧିକାରୀ ସନ୍ଧ୍ୟାରାଣୀ ନାୟକ ଓ ଯୋଗାଣଅଧିକାରୀ ଅଚାନକ ଭାବେ କାଲିମେଳା ବ୍ଲକସ୍ଥ ଏମପିଭି ୨୭ ଗ୍ରାମର ଜୟମା ବାସନ୍ତୀ ସ୍ୱୟଂସହାୟକ ଦଳ ଓ ଏମଭି୬୯ ଗ୍ରାମରେ ଥିବା ଅଣ୍ଣ ର୍ପୂଣ୍ଣା ସ୍ୱୟଂସହାୟକ ଛତୁଆପ୍ରସ୍ତୁତି କେନ୍ଦ୍ର ଉପରେ ଚଢାଉକରିଥିଲେ । ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ନିମ୍ମମାନର ଛତୁଆ ପ୍ରସ୍ତୁତି ହେଉଥିବାର ଦେଖିଥିଲେ । ଏହି ଦାଇତ୍ୱରେ ଥିବା କାଲିମେଳା ବ୍ଲକ ଆଇସିଡିଏସ ବିଭାଗର ଚିତ୍ରାଙ୍ଗପାଲି ପଚାଂୟତ ର ସୁପୁରଭାଇଜର ଲତା ମଜୁଂଳା ପ୍ରଧାନଙ୍କୁ ଦାଇତ୍ୱହିନତା ପାଇଁ ଜିଲ୍ଲାପାଳ ନିଲମ୍ବନ କରିଥିବାର ଜଣାପଡିଛି । କାଲିମେଳା ବ୍ଲକରେ ଥିବା ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକୁ କେଉଁ ସଂସ୍ଥାଦ୍ୱାରା ଛତୁଆ ଯୋଗାଯାଉଛି ତାହା ର ଅଧିକ ତଦନ୍ତ ହେବାପରେ ଅନ୍ୟମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୁୃଷ୍ଟିକର ଖାଦ୍ୟବାବଦରେ ଛତୁଆ ଦିଆଯାଇଥାଏ । ଏହି ଛତୁଆ ଯୋଗାଣ ଦାଇତ୍ୱରେ କିଛି ସ୍ୱେଚ୍ଛାସେବି ଅନୁଷ୍ଟାନ ଓ ମହିଳାସ୍ୱୟଂସହାୟକ ଗୋଷ୍ଟି ଦାଇତ୍ୱ ନେଇଥାନ୍ତି । କେତ ସ୍ଥାନରେ ଉନ୍ନତ ମାନର ଛତୁଆ ପ୍ରସ୍ତୁତି କରାଯାଇ ଯୋଗାଇ ଦିଆଯାଉଥିବା ବେଳେ ଅନେକ ସ୍ଥାନରେ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଗୁଡିକୁ ଅତ୍ୟନ୍ତ ନିମ୍ମମାନର ପୋକଡା ଛତୁଆ,ଲଡୁ,ଅନ୍ୟାନ ଖାଦ୍ୟ ଯୋଗା ଯାଉଥିବାର ଅଭିଯୋଗ ହେଉଛି । ଏହି ଦୁଇଟି ଛତୁଆ ପ୍ରସ୍ତୁତି କେନ୍ଦ୍ରଉପରେ ଚଢାଉ ଓ ସୁପରଭାଇଜର ଙ୍କୁ ନିଲମ୍ବନ ହେବା ଖବର ପାଇ ବିରି ମାଡରେ କୋଳଥ ଚୋପ ହେବାପରି ଅନ୍ୟ ଛତୁଆ ପ୍ରସ୍ତୁତି କେନ୍ଦ୍ର ଓ ଯୋଗାଣ କାରି ସଂସ୍ଥା ଗୁଡିକ ଭୟଭିତ ହୋଇପଡିଛନ୍ତି ।