Home ଓଡ଼ିଶା ନିମ୍ନମାନର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କୁ ନେଇ ବିରୋଧ, ଗ୍ରାମବାସୀ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ

ନିମ୍ନମାନର ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କୁ ନେଇ ବିରୋଧ, ଗ୍ରାମବାସୀ ଜିଲ୍ଲା ପାଳଙ୍କ ଦ୍ୱାରସ୍ତ

646

କଳାହାଣ୍ଡି- ୦୭.୦୪.୨୦୧୯ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଗ୍ରାମାଚଂଳ ରାସ୍ତାର ଉନ୍ନତୀ କରଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ଅସାଧୁ ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ସଫଳ ରୂପାୟନ କେବଳ କାଗଜ କଳମରେ ସୀମିତ । ଏଭଲି ଏକ ନିଚ୍ଛକ ଉଦାହରଣ ଦେଖରବାକୁ ମିଳିଛି ଜୁନାଗଡ଼ ବ୍ଲକର ପଳାସ ଗ୍ରାମ ରାସ୍ତା ନିର୍ମାଣରେ । ଜାତୀୟ ରାଜପଥ ୨୬ ଠାରୁ ପଳାସ ଗ୍ରାମକୁ ପ୍ରଧାନ ମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ ପ୍ରାୟ ୬୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗତ ୨୦୧୮ ଜୁନ ମାସରୁ କାର୍ଯ୍ୟ ଆରମ୍ଭ ହୋଇଛି । ୨ କି.ମି ରାସ୍ତା ନିର୍ମାଣରେ ପ୍ରାୟ ୧୦୪୯ ମି. କଂକ୍ରିଟ ରାସ୍ତା ଅଦ୍ୟାବଧି ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୯୦୦ ମି. ପିଚୁ ରାସ୍ତା ପାଇଁ ମୁରୁମ, ମେଟାଲିଂ, କାମ ଚାଲୁ ରହିଛି । ହେଲେ ଉକ୍ତ କାର୍ଯ୍ୟ ସମ୍ପାଦନ ପାଇଁ ହାଇୱା ଏଣ୍ଡ ବିଲଡର୍ସ ପ୍ରାଇଭେଟ ଲିମିଟେଡ କୁ ହସ୍ତାନ୍ତର କରାଯାଇଥିବା ବେଳେ ଅନ୍ୟ ଏକ ବ୍ୟକ୍ତି ଙ୍କୁ ପେଟିରେ କାର୍ଯ୍ୟ ଦିଆଯାଇଛି । ଫଳରେ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ହେବା ସହିତ ଅତି ନିମ୍ନମାନର କାର୍ଯ୍ୟକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏନେଇ ପଳାସ ଗ୍ରାମବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ସରକାରୀ ଅଟକଳ ଅନୁସାରେ କଂକ୍ରିଟ ରାସ୍ତା ନିର୍ମାଣରେ ସ୍ଥାୟୀତ୍ୱକୁ ଦୃଗେ୍ଧର ରଖି ଭାଇବ୍ୟ୍ରେଟର ବ୍ୟବହାର କରାଯାଉନାହିଁ । ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡୁଥିବା ଦେଖିବାକୁ ମିଳୁଛି । ନିମ୍ନ ମାନର ରାସ୍ତା ନିର୍ମାଣକୁ ନେଇ ଗ୍ରାମବାସୀଙ୍କ ଦ୍ୱାରା ଅଭିଯୋଗ କରାଯାଇଥିଲେ ହେଁ ସେଥିପ୍ରତି ବିଭାଗିୟ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ । ଅପରପକ୍ଷେ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ ସ୍ଥଳରେ ଆଦୌ ଉପସ୍ଥିତ ରହୁନଥିବା ରୁ ଠିକାଦାର ବିନା ଭାଇବ୍ରେଟରରେ ରାସ୍ତା ନିର୍ମାଣ କରିବା ସମ୍ଭବ ହୋଇ ଥିବା କୁହାଯାଉଛି । ଏନେଇ ଉଚ୍ଚ ସ୍ତାରୀୟ ତଦନ୍ତ କରାଗଲେ ବହୁ ଅନିୟମିତତା ପଦାକୁ ଆସିବ ବୋଲି କୁହାଯାଉଛି । ଏଠାରେ ପ୍ରକାଶ କରାଯାଇ ପାରେକି, ଉକ୍ତ କାର୍ଯ୍ୟ ତଦାରଖ ପାଇଁ କାର୍ଯ୍ୟକାରୀ ସଂସ୍ଥା ଏନ.ବି.ସି.ସି ଅଧିନରେ ଥିବାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଅଧିକାରୀ କାର୍ଯ୍ୟ ତଦାରଖ କରୁନଥିବାରୁ ଏଭଲି ଭାବେ ମନ ମୁତାବକ କାର୍ଯ୍ୟସଂପାଦିତ ହେଉଥିବା କୁହାଯାଉଛି । ଗତ ଜୁନ୍ ମାସରେ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଚଳିତ ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟ ଶେଷ କରିବା ନିଦେ୍ର୍ଦଶ ଅଛି । ହେଲେ ଅଦ୍ୟାବଧି ପିଚୁକାମ ଆରମ୍ଭ କରାଯାଇନଥିବା ଦେଖିବାକୁ ମିଲୁଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଆମ ଅଧିନରେ ନାହିଁ ଏନ୍.ବି ସି.ସି ଙ୍କୁ ପଚାର ବୋଲି ସଫେଇ ଦେଇଥିବା ବେଳେ ଏନ୍.ବି.ସି.ସି କର୍ମଚାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.