Home ଓଡ଼ିଶା ନିଜେସୁରକ୍ଷିତ ରହି ପରିବାରକୁ ସୁରକ୍ଷିତ ରଖନ୍ତୁ,କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଚାଂଇରଖନ୍ତୁ,ଜିଲ୍ଲାପାଳ ଶ୍ରୀଅଗ୍ରଓ୍ବାଲ

ନିଜେସୁରକ୍ଷିତ ରହି ପରିବାରକୁ ସୁରକ୍ଷିତ ରଖନ୍ତୁ,କରୋନା ମହାମାରି ସଂକ୍ରମଣ ଠାରୁ ଜିଲ୍ଲାକୁ ବଚାଂଇରଖନ୍ତୁ,ଜିଲ୍ଲାପାଳ ଶ୍ରୀଅଗ୍ରଓ୍ବାଲ

158

ମାଲକାନଗିରି,୨୪ା୫(ଓଡିଆ ପୁଅ ) ଏକଦା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ସବୁଜ ଜୋନରେ ଥିବା ବେଳେ ଗତ ୫ଦିନ ମଧ୍ୟରେ ଜିଲ୍ଲାରୁ ୧୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଅନ୍ୟଜିଲ୍ଲା ତୁଳନାରେ ମାଲକାନଗିରି ଜିଲ୍ଲା ଏବେବି ଭଲରେ ରହିଛି,କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ବ୍ୟବସ୍ଥା କରାଯାଇଛି, ଏଥିରି କେହି ଭୟଭିତ କିମ୍ବା ଆତଙ୍କିତ ହେବାର ନାହିଁ, ଲକଡାଉନ ନିୟମକୁ ଠିକ ଭାବେ ପାଳନ କରି ଭଲଭାବରେ ବାରମ୍ବାର ସାବୁନରେ ହାତ ଧୋଇବା,ମୁହଁରେ ମାସ୍କ ଲଗାଇବା, ବାହାରକୁ ଗଲାବେଳେ ଜନ ଗହଳି ନକରି ସାମାଜିକ ଦୂରତା ରକ୍ଷାକରିବା,ନିଜେସୁରକ୍ଷିତ ରହି ପରିବାରକୁ ସୁରକ୍ଷିତ ରଖନ୍ତୁ, ମାଲକାନଗିରି ଜିଲ୍ଲାକୁ କରୋନା ମହାମାରି ସଂକ୍ରମଣ ଠାରୁ ବଚାଂଇରଖନ୍ତୁ ବୋଲି ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ମାଲକାନଗିରି ଜିଲ୍ଲାରୁ ୨୯୨୫ ଟି ନମୁନା ସଂଗ୍ରହ ହୋଇ ପରୀକ୍ଷା ନିମନ୍ତେ ଭୁନେଶ୍ୱରକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୭୪୪ ଟି ନମୁନାର ରିପୋର୍ଟ ଜିଲ୍ଲାପ୍ରଶାସନ ନିକଟରେ ପହଁଚିଛି ,ଆଜି ସୁଦ୍ଧା ୧୦ ଜଣଙ୍କର ପଜିଟିଭ ରିପୋର୍ଟ ଆସିଥିବା ବେଳେ ୨୭୩୪ ଟି ନମୁନା ନେଗିଟିଭ ରିପୋର୍ଟ ରହିଛି । ଅନ୍ୟ ୧୮୧ ଟି ନମୁନାର ରିପୋର୍ଟ ହସ୍ତଗତ ହୋଇନାହିଁ, ତାମିଲନାଡୁ,ଚେନାୟୀ ତେଲେଙ୍ଗାନା ଅଚଂଳରୁ ଫେରିଥିବା ୯ଜଣ ପ୍ରବାସୀ ଓଡିଆ ଙ୍କର ପଜିଟିଭ ରିପୋର୍ଟ ଆସିଥିବା ବେଳେ ପ୍ରଥମ ଥରକରି କାଲିମେଳା ବ୍ଲକ ଅଚଂଳର ଜଣେ କମ୍ୟୁନିଟ ହେଲ୍‌ଥ ଓ୍ୟାର୍କର କରୋନା ସଂକ୍ରମଣ ହୋଇଥିବାର ଜଣାପଡିଛି । କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ୪ଟି କ୍ୟାରେଟାଂଇନ କେନ୍ଦ୍ର ଅଚଂଳରେ କଟେଂନମେଟଂ ଜୋନ ଘଷଣା କରାଯାଇଛି । ଭୟାବହ କରୋନା ମହାମାରି ପାଇଁ ଲକଡାଉନ ପରିସ୍ଥି ସୃଷ୍ଟି ହୋଇଥିବାରୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ମାନେ ଲକଡାଉନ କିଛିି ମାତ୍ରାରେ କୋହଳ ହେବାରୁ ନିଜ ନିଜ ଘରକୁ ଫେରିବାକୁ ଲାଗିଛନ୍ତି । ଆନ୍ଦ୍ର,ତେଲାଙ୍ଗାନା,ଛତିଶଗଡ ରାଜ୍ୟ ସୀମାନ୍ତ ରେ ଥିବା ଓଡିଶା ରାଜ୍ୟ ଓ ମାଲକାନଗିରି ଜିଲ୍ଲାର ଶେଷସୀମା ମୋଟୁ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଘରବାହୁଡା ହେଉଛନ୍ତି । ଜିଲ୍ଲାର ୩୬୮ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ସଙ୍ଗରୋଧ ରେ ୨୦ହଜାର୩୦୦ ବ୍ୟକ୍ତିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି, ଆବଶ୍ୟକ ପଡିଲେ ଅଧିକ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ର ଖୋଲାଯିବ, ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କ୍ୱାରେଟାଂଇନରେ ୧୨୯୮୬ଜଣଙ୍କୁ ରଖାଯାଇଛି । ୫୯୪ ଜଣ ହୋମ କ୍ୟାରେଟାଂଇନ ରେ ରହିଛନ୍ତି । କ୍ୱାରେଟାଂଇନ ରେ ରହୁଥିବା ସମସ୍ତଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟପରୀକ୍ଷା କରାଯାଉଛି ,ସୀମାନ୍ତ ମୋଟୁ ଚେକପୋଷ୍ଟ ଦେଇ ଆସୁଥିବା ବାହାର ରାଜ୍ୟ ଓ ଅନ୍ୟଜିଲ୍ଲାର ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ଗାଡିର ବ୍ୟବସ୍ଥା କରାଯାଇ ସେମାନଙ୍କ ଜିଲ୍ଲାକୁ ଫେରାଇଦିଆ ଯାଉଛି,ଜିଲ୍ଲାବାସୀଙ୍କୁ କରୋନା ସଂକ୍ରମଣ ଠାରୁ ସୁରକ୍ଷିତ ରଖିବା ପାଇଁ କରୋନା ଯୋଦ୍ଧା ମାନେ ରାତିଦିନ ସଜାଗ ରହିଛନ୍ତି । ଆପଣ ମାନେ ଲକଡଆଉନ ନିୟମ ମାନନ୍ତୁ, ମାସ୍କ ବ୍ୟବହାର କରନ୍ତୁ,ସାମଜିକ ଦୂରତା ରକ୍ଷା କରନ୍ତୁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.