Home ଜିଲ୍ଲା ପରିକ୍ରମା ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ନୟାଗଡ଼ ଗସ୍ତ

ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ନୟାଗଡ଼ ଗସ୍ତ

40

ନୟାଗଡ଼, ୧୮ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଭୁବନେଶ୍ୱରର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପଙ୍କ ଏକ ଦିନିକିଆ ସରକାରୀ ଗସ୍ତରେ ନୟାଗଡ଼ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଆୟୋଗର ସଦସ୍ୟ ଦିଗ୍‌ବିଜୟ ନାଥ ପାଢୀ, ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ଷଡ଼ଙ୍ଗୀ ଓ ପରାମର୍ଶଦାତା ତମାଳ ଜେନା ପ୍ର୍ରମୁଖ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏମାନଙ୍କ ବ୍ୟତୀତ ପିଡି ଡିଆରଡିଏ ସୁବାସ ଚନ୍ଦ୍ର ରାୟ ଓ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ। ଆୟୋଗ ତାଙ୍କର ପରିଦର୍ଶନ କାଳରେ ସରକାରୀ ସୁଲଭ ଦୋକାନ, ଶରଣକୁଳ ପଂଚାୟତରେ ପଡ଼ିକାର୍ଡ଼ଧାରୀମାନଙ୍କ ସହିତ ଆଲୋଚନା, ମିଶନ ଶକ୍ତି ଏସ୍‌ଏଚ୍‌ଜିର ଜୀବିକା ଓ ପୃଷ୍ଟି ସମ୍ବନ୍ଧୀୟ, ଛତୁଚାଷ, ରୂପାନ୍ତରୀକରଣ ହୋଇଥିବା କୁରାଳ ଉଚ୍ଚବିଦ୍ୟାଳୟ, ମଧ୍ୟାହ୍ନ ଭୋଜନ ସମ୍ବଦ୍ଧରେ ଆଲୋଚନା କରିବା ସହିତ ଗୋଡ଼ିଆଳି ଅଙ୍ଗନାବାଡ଼ି କେନ୍ଦ୍ର ଓ ଇଟାମାଟିର ଜୀବନଜ୍ୟୋତି ଏସ୍‌ଏଚ୍‌ଜି ଦ୍ୱାରା ଛତୁଆ ପ୍ରସ୍ତୁତି କେନ୍ଦ୍ର କୁ ପରିଦଶୟନ କରି ଖୁସି ପ୍ରକଟ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.