Home କୋରାପୁଟ ନିଖିଲ ଓଡିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମି ସଂଘ: କୋରାପୁଟଶାଖା ତରଫରୁ ଦାବିପତ୍ର ପ୍ରଦାନ

ନିଖିଲ ଓଡିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମି ସଂଘ: କୋରାପୁଟଶାଖା ତରଫରୁ ଦାବିପତ୍ର ପ୍ରଦାନ

92

କୋରାପୁଟ ; ତା୨୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ନିଖିଲ ଓଡିଶା ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମି ସଂଘ, କୋରାପୁଟ ଶାଖା ତରଫରୁ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଏକ ୯ ଦଫା ଦାବିପତ୍ର ପ୍ରଦାନ କରିଥିଲେ ବୋଲି ଜଣାପଡିଛି। କୋରାପୁଟ ଜିଲ୍ଲା ଶାଖାର ସଭାନେତ୍ରୀ ଛବିତାରାଣୀ ପ୍ରଧାନଙ୍କ ନେତୃତ୍ୟରେ ସଭ୍ୟାମାନେ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତିଙ୍କୁ ଭେଟି ଦାବି ଜଣେଇଥିଲେ।ସମସ୍ତ ଖାଲିପଡିଥିବା ଏଏନଏମ ପଦବୀଗୁଡିକ ପୂରଣ କରାଯାଉ। ନିଯୁକ୍ତିକୁ ରାଜ୍ୟସ୍ତର ନ କରି ଜିଲ୍ଲାସ୍ତରରେ କରାଯାଉ। ସ୍ଥାୟୀ ନିଯୁକ୍ତି ପ୍ରଦାନ, ନିଯୁକ୍ତି ନ ମିଳିବା ପାର୍ଯ୍ୟନ୍ତ ସମସ୍ତ ତାଲିମପ୍ରାପ୍ତ ଏଏନଏମମାନଙ୍କୁ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ପ୍ରମୁଖ ଦାବି ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.