Home କୋରାପୁଟ ଜବରଦଖଲ ନିର୍ମାଣଧିନ ଗୃହକୁ ଉତ୍ୟକ୍ତ ଗ୍ରାମବାସୀ ଭାଙ୍ଗି ଦେଲେ

ଜବରଦଖଲ ନିର୍ମାଣଧିନ ଗୃହକୁ ଉତ୍ୟକ୍ତ ଗ୍ରାମବାସୀ ଭାଙ୍ଗି ଦେଲେ

78

କୋରାପୁଟ ୨୫-୦୯-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଷ୍ଟାଡିୟମ ନିକଟରେ ଜବରଦଖଲକାରୀ କରୁଥିବା ନିର୍ମାଣଧିନ ଗୃହକୁ ଆଜି ଉତ୍ୟକ୍ତ ଗ୍ରାମବାସୀ ଭାଙ୍ଗି ଦେଇଥିବା ଜଣାପଡିଛି।କୋରାପୁଟ କ୍ରୀଡା ସଂଘର ପୂଜାରୀପୁଟ ନିକଟରେ ୨୩ ଏକର ୯୨ ସେଂଟ ଜମି ଦଖଲରେ ଥିଲା କିନ୍ତୁ ୧୯୯୬ ମସିହାରେ ରାଜ୍ୟ କ୍ରୀଡା ବିଭାଗକୁ ୧୨ ଏକର ଜମି ଦାନରେ ପ୍ରଦାନ କରିଥିଲେ ବୋଲି କ୍ରୀଡା ସଂଘ ସଂପାଦକ ଅନୁପ ପାତ୍ର ସୂଚନା ଦେଇଥିଲେ। ରାଜ୍ୟ କ୍ରୀଡା ବିଭାଗ ନେଇଥିବା ଜମିକୁ ସମତଳ କରାଇ ଷ୍ଟାଡିୟମ କରିଥିଲେ ଓ ପାଚେରୀ ନିର୍ମାଣ କରିଥିଲେ।ଷ୍ଟାଡିୟମ ପାଚେରୀ ବାହାରେ କ୍ରୀଡା ସଂଘର ଜମି ରହିଥିଲା।କିନ୍ତୁ ଜବରଦଖଲକାରୀଙ୍କ ହାତରେ ଜମି ଚାଲି ଯାଉଥିବା କ୍ରୀଡା ସଂଘ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣେଇଥିଲେ ସୁଦ୍ଧା ଏହାର ଚିହ୍ନଟ ହୋଇପାରୁ ନ ଥିଲା।ବର୍ତମାନ ଉକ୍ତ ଜମିକୁ କେହି ଜବରଦଖଲ କରି ଗୃହ ନିର୍ମାଣ କରୁଥିବା ସଂଘ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତିଙ୍କୁ ଅବଗତ କରାଇଥିଲେ ବୋଲି ସଂପାଦକ ଶ୍ରୀ ପାତ୍ର ସୂଚନା ଦେଇଥିଲେ।କୁମ୍ଭା ଗ୍ରାମବାସୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ଜମିକୁ ଆମ୍ଭର ପୂର୍ବପୁରୁଷ ଦାନରେ କ୍ରୀଡା ବିଭାଗକୁ ଦେଇଥିଲେ କିନ୍ତୁ ଉକ୍ତ ଜମିରେ ଜବରଦଖଲକାରୀମାନେ ପ୍ରବେଶ କରୁଥିବାରୁ ଉକ୍ତ ଜମିକୁ ଆମ୍ଭଙ୍କୁ ଫେରଇ ଦିଅ ବୋଲି ଦାବି କରିଥିଲେ।ଏହାପରେ ଜିଲ୍ଲାପାଳ କୋରାପୁଟ ତହସିଲଦାର ନେହୁରୀ ମାଝିଙ୍କୁ ଘଟଣାସ୍ଥଲକୁ ଯାଇ ଜମି ଚିହ୍ନଟ କର ବୋଲି ନିର୍ଦ୍ଦେଶ ଦେଇଥିଲେ।ଏହାପରେ ତହସିଲଦାର ଶ୍ରୀ ମାଝି ଘଟଣାସ୍ଥଳରେ ପହଂଚି ଚିହ୍ନଟ କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ସମୟରେ ସେଠାରେ ନିର୍ମାଣଧିନ ଏକ ଗୃହକୁ ଉତ୍ୟକ୍ତ ଗ୍ରାମବାସୀ ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା।ଘଟଣାସ୍ଥଳରେ ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା, କ୍ରୀଡା ସଂଘ ସଂପାଦକ ଶ୍ରୀ ପାତ୍ର, ଅତିରିକ୍ତ ତହସିଲଦାର ସସ୍ମିତା ଜେନା, ଆର ଆଇ ଆର .ପ୍ରଭାକର ରାଓ ଓ ଦୁଯ୍ୟୋଧନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଜମିରେ ଘର କରି ଜବରଦଖଲ କରି ରହୁଥିବା ପରିବାରବର୍ଗଙ୍କୁ ନୋଟିସଜାରି କରାଯିବା ପରେ ଉଛେଦ କରାଯିବ ବୋଲି ତହସିଲଦାର ଶ୍ରୀ ମାଝି ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.