Home କବିତା ନିଆରା ଢଙ୍ଗରେ ପାଳନ ହେଲା ଶିଶୁ ଦିବସ ଓ ପୁସ୍ତକ ପ୍ରାଚୀର ଉନ୍ମୋଚନ

ନିଆରା ଢଙ୍ଗରେ ପାଳନ ହେଲା ଶିଶୁ ଦିବସ ଓ ପୁସ୍ତକ ପ୍ରାଚୀର ଉନ୍ମୋଚନ

195

ହରିଚନ୍ଦନପୁର,ତା ୧୪ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶିକ୍ଷାନୁଷ୍ଠାନ ଅନ୍ତର୍ଗତ କଳାପାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ଅବସରରେ ନିଆରା ଢଙ୍ଗରେ ପାଳନ ହୋଇଛି ଶିଶୁ କବିତା ଆସର ମଞ୍ଚ । କ୍ଷମାକର ବେହେରାଙ୍କ ଆୟୋଜନ ଏହି ଶିଶୁ କବିତା ଆସର ମଞ୍ଚରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବଟକୃଷ୍ଣ ଓଝା, ସ୍ୱତନ୍ତ୍ର ଅତିଥି ଭାବେ ହରିଚନ୍ଦନପୁର ତହସିଲଦାର ଶୁଭାଶିଷ ପାଲଟା, ସମ୍ନାନୀୟ ଅତିଥି ଭାବେ କିଶୋର ଚନ୍ଦ୍ର ମିଶ୍ର, କଳାକର ବଳ, ରଘୁନାଥ ମହାରଣା ପ୍ରମୁଖ ଯୋଗଦେଇ ମା ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଅତିଥି ମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢି ଭଲ ମଣିଷ ହେବା ସହିତ କବିତା ପ୍ରତି ଆକୃଷ୍ଠ ହୋଇ ନିଜର ମାନସିକ ବିକାଶ କିପରି ବୃଦ୍ଧି ହୋଇ ପାରିବ ସେ ସମ୍ବଦ୍ଧରେ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଲେଖିଥିବା ଗୀତ ଓ କବିତାକୁ ପଢିଥିଲେ ଯାହା ଉପସ୍ଥିତ ଥିବା ଅତିଥି ଓ ପାଠକମାନଙ୍କ ମନମୁଗ୍ଧ କରିପାରିଥିଲା । ଶିଶୁ କବିତା ଆସର ମଞ୍ଚରେ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ମଞ୍ଚାସିନ ଅତିଥିମାନେ କବିତା ପାଠ କରିଥିଲେ ପରେ ବିଦ୍ୟାଳୟର ପୁସ୍ତକ ପ୍ରାଚୀରକୁ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗବନ୍ଧୁ ମହାନ୍ତ, ନିରଞ୍ଜନ ମହାନ୍ତ, ଟୁନି ବେହେରା, ତପନ ବେହେରା, କସ୍ତୁରୀ ନାଏକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।



LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.